ପୁରୀ,୨୪/୧୦: ପୁରୀରେ ବାତ୍ୟା ‘ଦାନା’ର ବଡ଼ ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ୨୫ ତାରିଖରେ ତାଳବଣିଆ ଇଣ୍ଡୋର ଷ୍ଟାଡିୟମଠାରେ ସେନା ପକ୍ଷରୁ ହେବାକୁ ଥିବା ମହିଳା ଅଗ୍ନିବୀର ନିଯୁକ୍ତି ରାଲିକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାସ ୨୭ ତାରିଖରେ ଏହି ନିଯୁକ୍ତି ରାଲି ହେବ । ଯେଉଁଥିରେ ଓଡିଶା, ପଶ୍ଚିମବଙ୍ଗ ଓ ସିକିମର ଆବେଦନକାରୀମାନେ ଯୋଗଦେଇପାରିବେ । ପ୍ରତିଯାଗୀମାନେ ୨୭ ତାରିଖ ଭୋର ୩ ଘଟିକା ସୁଦ୍ଧା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ରିପୋର୍ଟ କରିବାକୁ ଆର୍ମି ରିକ୍ୟୁଟିମେଣ୍ଟ ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।
ଘୂର୍ଣ୍ଣିଝଡ ‘ଦାନା’ ଠାରୁ ବି ଅଧିକ ମାରାତ୍ମକ ହେମନ୍ତ...