ପ୍ରମୂଖ ଖବର
  • ଉପକୂଳ ମୁହାଁ ଦାନା, ପାରାଦୀପ ଠାରୁ ୧୦୦ କି.ମି ଦୂରରେ ରହିଛି
  • ||
  • ଉଦଳା : ବାତ୍ୟା ଆଶ୍ରୟସ୍ଥଳୀ ବୁଲି ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ, ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବା ଉପରେ ଦେଲେ ଗୁରୁତ୍ତ୍ୱ
  • ||
  • ବାତ୍ୟା ଆଶ୍ରୟସ୍ଥଳୀ ଅଚାନକ ପରିଦର୍ଶନ କଲେ ବାଲେଶ୍ୱର ସାଂସଦ
  • ||
  • ସାଲେପୁର : ଭଙ୍ଗା ଚାଳଛପର ଘରୁ ୭୦ ବର୍ଷର ବୃଦ୍ଧା ଉଦ୍ଧାର, ସୁରକ୍ଷିତ ସ୍ଥାନକୁ ନେଉଛନ୍ତି ପୋଲିସ ଏବଂ ଯବାନ
  • ||
  • ହିନ୍ଦୋଳ : ପଟାଳୁ ଗ୍ରାମରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ମହିଳାଙ୍କ ଜୀବନ
  • ||
  • ଆସୁଛି ବାତ୍ୟା 'ଦାନା', ଚନ୍ଦ୍ରଭାଗାରେ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ ଓ ଏସପି
  • ||
  • ବଲାଙ୍ଗୀର : ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ବାଙ୍କୀ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମା ମାଡ଼; ୨ ଗିରଫ, ୪ ଫେରାର
  • ||
  • ବର୍ଡର-ଗାଭାସ୍କର ଟ୍ରଫି: ନିତିଶଙ୍କୁ ମିଳିପାରେ ଦଳରେ ସୁଯୋଗ, ଖୁବ୍‌ଶୀଘ୍ର ଦଳ ଘୋଷଣା
  • ||
  • ସାଲେପୁର : ଆଗ୍ନିକାଣ୍ଡରେ ଜଳିଗଲା ଗହଣା ଦୋକାନ, ୧୫ ଲକ୍ଷ ଟଙ୍କାର ସୁନାରୂପା ଅଳଙ୍କାର ପୋଡ଼ି ପାଉଁଶ
  • ||
  • ବାତ୍ୟା 'ଦାନା'ର ପ୍ରଭାବ, କୋଣାର୍କ ଓ ଚନ୍ଦ୍ରଭାଗା ପର୍ଯ୍ୟଟକ ଶୂନ୍ୟ
  • ||
  • ଚନ୍ଦକା ମେଣ୍ଢାଶାଳ ଅଞ୍ଚଳରେ ହତ୍ୟାକାଣ୍ଡ; ଭିଣୋଇର ଭୁଜାଲି ଚୋଟରେ ଶଳା ମୃତ, ୩ ଗୁରୁତର
  • ||
  • ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଷଷ୍ଠକୁ ଉଠିଲେ ପନ୍ତ, ଶ୍ରେଷ୍ଠ ୧୦ରେ ୩ ଭାରତୀୟ
  • ||
  • ବାତ୍ୟା 'ଦାନା' ଆତଙ୍କ: ବର୍ଷା, ପବନ ଜୋର ହେଲେ ୨୪, ୨୫ରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • ||
  • କେନ୍ଦ୍ରାପଡ଼ା : ବାତ୍ୟା ପାଇଁ ଜିଲ୍ଲା ପ୍ରଶାସନର ପଦକ୍ଷେପ, ୨୫ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର
  • ||
  • ବାତ୍ୟା ପାଇଁ ଆଠଗଡ଼ ପରିବା ବଜାରରେ ଲୋକଙ୍କ ଭିଡ଼, କିଣି ନେଉଛନ୍ତି ବ୍ୟାଗ୍ ବ୍ୟାଗ୍ ପରିବା
  • ||
  • ସତର୍କତାମୂଳକ ପଦକ୍ଷେପ ନେଲା ଶ୍ରୀମନ୍ଦିର ପ୍ରଶାସନ, ବାତ୍ୟା ପାଇଁ ଅଧିକାରୀ ଏବଂ କର୍ମଚାରୀଙ୍କୁ ସଜାଗ ରହିବାକୁ ତାଗିଦ୍‌
  • ||

ବାତ୍ୟା ଦାନା : ପ୍ରଭାବିତ ହେବ ୧୧ ଜିଲ୍ଲାର ୬୦ ବ୍ଲକ

ଭୁବନେଶ୍ବର, ୨୪।୧୦ :  ବାତ୍ୟା ଦାନା  ସ୍ଥଳଭାଗ ଆଡେ ମାଡିଆସୁଛି। ଘଣ୍ଟା ପ୍ରତି ୧୦ କି.ମି ବେଗରେ   ଗତି କରୁଛି।  ଏହା ଗୁରୁବାର ରାତି ଓ ଶୁକ୍ରବାର  ସକାଳେ ଭିତରକନିକା ଓ ଧାମରା ଠାରେ ସ୍ଥଳଭାଗ ଛୁଇଁବ।   ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି  ରହିବ।  ଏଥିସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ।   ତେବେ ବାତ୍ୟା ଦାନାକୁ ନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଯାଇ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ  ରାଜସ୍ବ  ଓ ବିପର୍ଯ୍ୟୟ ପରିଚାଳା  ମନ୍ତ୍ରୀ     ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। 

ବାତ୍ୟା ଦାନା ପ୍ରଭାବରେ ୧୧ ଜିଲ୍ଲାର  ୬୦ ବ୍ଲକ ବିଶେଷ ପ୍ରଭାବିତ ହେବ। ଏଥିସହ ୧୨ଟି ସହରାଞ୍ଚଳ ପ୍ରଭାବିତ ହେବ। ପ୍ରଭାବିତ ହେବାକୁ ଥିବା  ଗାଁ ୨୧୬୧ ।  ପାଖାପାଖି ୪ ଲକ୍ଷ ଲୋକ ଏଥିରେ  ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ  ସ୍ଥାନାନ୍ତର ପ୍ରକ୍ରିୟା  ଚାଲିଛି।ବର୍ତ୍ତମାନ ସୁଦ୍ଧା   ସାଢେ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ୪ହଜାର ୭୫୬ ବାତ୍ୟା ଆଶ୍ରୟସ୍ଥଳୀରେ ସେମାନେ   ରହିଛନ୍ତି । 

ସେହିପରି ପଶୁ ସମ୍ପଦ ବି ଗୁରୁତ୍ବପୂର୍ଣ୍ଣ   । ୬ ହଜାର ପଶୁଙ୍କୁ ସ୍ଥାନାନ୍ତର କରାଗଲାଣି। ଯେଉଁମାନେ ଘରେ ପଶୁ ସମ୍ପଦ ରଖିଛନ୍ତି ସେମାନେ ଉଚ୍ଚ ସ୍ଥାନକୁ ପଶୁଙ୍କୁ ନେବାକୁ ପରାମର୍ଶ ଦେଇଛନ୍ତି। ୩୬୦ଟି ସ୍ଥାନରେ ପଶୁମାନଙ୍କ ପାଇଁ ଖାଦ୍ୟ ମହଜୁଦ ରହିଛି । ପଶୁ ସମ୍ପଦ ପାଇଁ  ୧୨୦ଟି ମେଡିକାଲ ଟିମ   କରାଯାଇଛି। 

 ସେହିପରି ୩ ହଜାର ୭ ଶହ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ୨ ଜଣ ପ୍ରସବ କରାଯାଇଛି ନିଆଳି, କେନ୍ଦୁଝରରେ ୨ ମହିଳା ସନ୍ତାନ ଜନ୍ମ କରିଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ୨୧୩ଟି ମେଡିକାଲ ଟିମ୍ ପ୍ରସ୍ତୁତ ଅଛନ୍ତି।  

 ବାତ୍ୟା  ଲ୍ୟାଣ୍ଡଫଲ କରିବା ପରେ  ଗଛ, ବିଦ୍ୟୁତ ଖୁଣ୍ଟ ପଡି ରାସ୍ତା ଅବରୋଧ ହେବ। ଉଦ୍ଧାର କାର୍ଯ୍ୟ ଓ ଗମନାଗମନ ସୁବ୍ୟବସ୍ଥା କରିବା ପାଇଁ  ୧୯ଟି ଏନଡିଆରଏଫ  ଓ ୫୧ଟି ଓଡ୍ରାଫ ଟିମ ମୃତୟନ  କରାଯାଇଛି। ସେହିପରି ଫରେଷ୍ଟ ଡିପାଟମେଣ୍ଟର ୯୫ ଟି  ଓ ଅଗ୍ନିଶମ ବାହିନୀର ୨୨୦  ଟିମ ମୃତୟନ କରାଯାଇଛି। 

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ନ ହେବାକୁ  ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି। ସମସ୍ତ ଜନ ପ୍ରତିନିଧି ମାନେ ଗ୍ରାଉଣ୍ଡରେ ଅଛନ୍ତି।  ମଧ୍ୟ ରାତ୍ରିରୁ ୪ ଟା ଭିତରେ ଲ୍ୟାଣ୍ଡ ଫଲ ହେବ।  ଭିତରକନିକା ଧାମରା ଭିତରେ ଲ୍ୟାଣ୍ଡଫଲ ହେବ। ଦିଗ ପରିବର୍ତ୍ତନ କଲେ ବି ସବୁ ଦିଗରୁ ସରକାର ପ୍ରସ୍ତୁତ ଅଛନ୍ତି।  ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ନ ଛାଡିବାକୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.