ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଲାୟନ୍ସ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ୱାରା "ସାଇବର ସୁରକ୍ଷା" କର୍ମଶାଳା

Published By : Prameya | February 14, 2025 8:20 PM

ଭୁବନେଶ୍ୱର, ୧୪/୨ :   ଲାୟନ୍ସ କ୍ଲବ ଅଫ ଭୁବନେଶ୍ଵର ବ୍ୟାଙ୍କର୍ସଙ୍କ ଦ୍ଵାରା "ସାଇବର ସୁରକ୍ଷା" ଉପରେ ଏକ କର୍ମଶାଳା ଓଡ଼ିଶା ଲାୟନ୍ସ ଭବନରେ ଆୟୋଜନ ହୋଇଯାଇଛି । ସାଇବର ଅପରାଧ ନିୟନ୍ତ୍ରଣ ଉପରେ ସମାଜରେ ସଚେତନତା ଓ ସତର୍କତା ସୃଷ୍ଟି କରିବା କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି୪ର ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଲାୟନ ସରସ୍ଵତୀ ପାତ୍ର କର୍ମଶାଳାର ଉଦଘାଟନ କରିଥିଲେ ।

ସେ ତାଙ୍କର ଅଭିଭାଷଣରେ ସାଂପ୍ରତିକ ପରିସ୍ଥିତିରେ ସାଇବର ଅପରାଧର ଗମ୍ଭୀରତାକୁ ଉପଲବ୍ଧି କରି ଏହାର ପ୍ରତିରୋଧ କରିବାକୁ ଜନ ସଚେତନତା ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ଲାୟନ୍ସ କ୍ଲବ ଅଫ ବ୍ୟାଙ୍କର୍ସଙ୍କ ଦ୍ଵାରା ଏହି ପ୍ରକାର କର୍ମଶାଳାର ଆୟୋଜନ ପାଇଁ ସେ ଭୁୟସୀ ପ୍ରଶଂସା କରିଥିଲେ । ଅଞ୍ଜନା ଟୁଡୁ, ଅତିରିକ୍ତ ପୋଲିସ ଅଧିକ୍ଷକ (ଅପରାଧ), ଭୁବନେଶ୍ଵର,ତଥା ସାଇବର ସୁରକ୍ଷା ବିଶେଷଜ୍ଞ ଉକ୍ତ କର୍ମଶାଳାରେ ଯୋଗଦେଇ ଉପସ୍ଥିତ ଶ୍ରୋତାଙ୍କୁ ସ୍ଲାଇଡ ମାଧ୍ୟମରେ ସାଇବର ଅପରାଧର ବିଭିନ୍ନ ଦିଗ, କାରଣ, ନିରାକରଣ, ସଚେତନତା ଏବଂ ସତର୍କତା ଉପରେ ବିସ୍ତୃତ ଆଲୋଚନା କରିଥିଲେ । 

ଆବଶ୍ୟକ ସ୍ଥଳେ ତୁରନ୍ତ ସାଇବର ହେଲ୍ପ ଲାଇନ ୧୯୩୦ ଏବଂ ସାଇବର ଥାନାର ସାହାଯ୍ୟ ନେବାକୁ ଉପଦେଶ ଦେଇଥିଲେ । ଉପସ୍ଥିତ ଶ୍ରୋତାମାନଙ୍କର ସାଇବର ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ଲାୟନ ବାନାମ୍ଵର ସାହୁ, ସଭାପତି, ଲାୟନସ୍ କ୍ଲବ ଅଫ ବ୍ୟାଙ୍କର୍ସ ,ସ୍ଵାଗତ ସମ୍ଭାଷଣ ସହ କର୍ମଶାଳାର ଉଦ୍ଦେଶ୍ୟ ଓ ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ଜୋନାଲ ଚେୟାରମ୍ୟାନ ଲାୟନ ମନୋରଞ୍ଜନ ଭୂୟାଁ କର୍ମଶାଳାରେ ସାଇବର ବିଶେଷଜ୍ଞ ଦେଇଥିବl ପରାମର୍ଶକୁ ଅନୁପାଳନ କରି ସଚେତନ ଓ ସୁରକ୍ଷିତ ରହିବାକୁ ଆହ୍ୱାନ ଦେଇଥିଲେ । ଲାୟନ ନୃସିଂହ ପ୍ରସାଦ ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ଲାୟନ ଶ୍ରୀହର୍ଷ ସାହୁ, ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.