ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ପିଲାଙ୍କୁ ଗାଳିଗୁଲଜଠୁ ଦୂରରେ ରଖିବାକୁ କ୍ରାଇମବ୍ରାଞ୍ଚ୍‌ର ପରାମର୍ଶ, ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ପ୍ରାଇଭେଟ୍‌ ରଖନ୍ତୁ

କଟକ,୧୩/୦୬: ସୋସିଆଲ୍‌ ମିଡିଆରେ ବହୁ ୟୁଜର୍ସ ଅଶ୍ଲୀଳ ଭାଷାରେ ଗାଳିଗୁଲଜର ମେସେଜ୍‌ ଓ ଭିଡିଓ ପୋଷ୍ଟ କରୁଛନ୍ତି । ଛୋଟ ପିଲା ସୋସିଆଲ୍‌ ମିଡିଆ ଦେଖିବା ବେଳେ ଏସବୁ ବିଷୟ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ତେଣୁ ଏଭଳି ଗାଳିଗୁଲଜଠାରୁ ପିଲାଙ୍କୁ ଦୂରରେ ରଖିବା ପାଇଁ ଏକାଧିକ ପଦକ୍ଷେପ ନେବାକୁ  କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶ ଦିଆଯାଇଛି । 

ପ୍ରଥମେ ସବୁ ସୋସିଆଲ୍‌ ମିଡିଆ  ଆକାଉଣ୍ଟକୁ ପ୍ରାଇଭେଟ୍‌ରେ ସେଟ୍‌  କରିବା ଦରକାର । ଅର୍ଥାତ୍‌ ସୋସିଆଲ୍‌  ମିଡିଆ ଆକାଉଣ୍ଟର ସେଟିଂରେ ରହିଥିବା  ପ୍ରାଇଭେଟ୍‌ ଅପ୍‌ସନ୍‌କୁ ଅନ୍‌ କରିଦେବା  ଦରକାର । ଏଭଳି କଲେ ସୋସିଆଲ୍‌  ମିଡିଆରେ ଆସୁଥିବା ଅଦରକାରୀ ବା ବା  ଅଶ୍ଲୀଳ ଗାଳିମନ୍ଦ ଥିବା ବିଷୟ ଆସିବା କମ୍‌  ହୋଇଯିବ । ଏହା ବାଦ୍‌ ଯଦି ପିଲାମାନେ  ଲଗାତାର ଭାବେ ଅର୍ଥାତ୍‌ ଦିନକୁ ଘଣ୍ଟାଘଣ୍ଟା  ଧରି ସୋସିଆଲ୍‌ ମିଡିଆ ଦେଖୁଛନ୍ତି  ତାହାଲେ ପିଲାଙ୍କୁ ଏଭଳି ନକରିବାକୁ  ବୁଝାଇବା ଦରକାର । ଅଧିକ ବ୍ୟବହାର  ଦ୍ୱାରା କ’ଣ ଖରାପ ପ୍ରଭାବ ପଡ଼ିବ ତାହା  ପିଲାଙ୍କୁ ଜଣାଇବା ଦରକାର । ଏହା ଛଡ଼ା  ପିଲାମାନେ ସୋସିଆଲ୍‌ ମିଡିଆ ବ୍ୟବହାର  କଲା ବେଳେ ଯେମିତି ଅଜଣା ଲୋକ  ବା ୟୁଜର୍ସଙ୍କ ସହିତ ସମ୍ପର୍କ ନବଢ଼ାନ୍ତି  ତାହା ଉପରେ ନଜର ଦେବା ଦରକାର । ପିଲାଙ୍କୁ ଏଭଳି ବିଷୟରେ ଅଧିକରୁ ଅଧିକ ବୁଝାଇବା ସହିତ ତାର ଅପକାରିତା ମଧ୍ୟ  ଜଣାଇବା ଦରକାର । ଏସବୁ ପରେ ଯଦି  ପିଲା ସୋସିଆଲ୍‌ ମିଡିଆ ପ୍ରତି ଅଧିକ  ସମୟ ହେଉଛି ତାହାଲେ ଫୋନ୍‌ରେ  ରହିଥିବା ଅନ୍‌ଲାଇନ୍‌ ଅପସନ୍‌କୁ ନିର୍ଦ୍ଦିଷ୍ଟ  ସମୟ ପାଇଁ ସେଟ୍‌ କରିବା ଦରକାର ।  ଅର୍ଥାତ୍‌ ସୋସିଆଲ୍‌ ମିଡିଆ କେତେ ସମୟ  ଅନ୍‌ଲାଇନ୍‌ ରହିବ ତାହାର ଏକ ସମୟସୀମା  ଫୋନ୍‌ରେ ସେଟ୍‌ କରି ଛାଡ଼ିବା ଉଚିତ ବୋଲି  କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.