ଭୁବନେଶ୍ୱର,୨୧/୦୫: ନିର୍ବାଚନକୁ ଆଖି ଆଗରେ ରଖି ସହରରେ ଘଟୁଥିବା ଅପରାଧ ହ୍ରାସ କରିବା ପାଇଁ କମିଶନରେଟ୍ ପୁଲିସ୍ ଏକାଧିକ ଖଟିରେ ଚଢ଼ଉ କରିଛି । ସର୍ବସାଧାରଣ ସ୍ଥାନରେ ନିଶାଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିଙ୍କୁ ଫାଇନ୍ ମଧ୍ୟ କରାଯାଇଛି । ତା’ଛଡା କ୍ୟାପିଟାଲ ଥାନା, ଧଉଳି, ଲକ୍ଷ୍ମୀସାଗର ଓ ବଡଗଡ ଥାନା ଅନ୍ତର୍ଗତ ବିଭିନ୍ନ ବସ୍ତି ଓ ସମ୍ୱେଦନଶୀଳ ଅଞ୍ଚଳରେ ଫୁଟ୍ ପାଟ୍ରୋଲିଂ କରାଯାଇଛି । ଏହି ଚଢ଼ଉରେ ଥାନା କର୍ମଚାରୀଙ୍କ ସମତେ ଟିମ୍ -୬୦, ସିଟିଏସ ଟିମ୍ ଏବଂ ୨ ସେକ୍ସନ ପୁଲିସ ଫୋର୍ସ ସାମିଲ ଥିଲେ । ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଓ ଅପରାଧୀଙ୍କୁ ଦମନ କରିବା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ପୁଲିସ୍ ଅଧିକ ଫୋକସ୍ ଦେଉଛି ।
ଶୁକ୍ରବାରଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମ...