ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ରାଜ୍ୟ ନିଯୁକ୍ତି ମେଳା, ଆଜି ୬ ହଜାର ୩୯୦ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya | February 7, 2025 8:11 AM

ଭୁବନେଶ୍ୱର,୦୭/୦୨:  ଶୁକ୍ରବାର ନିଯୁକ୍ତି ପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ୟୁନିଟ୍‌-୩ କ୍ୟାପିଟାଲ ହାଇସ୍କୁଲ ଠାରେ ହେବ ନିଯୁକ୍ତି ମେଳା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୨,୭୫୩  ବହୁମୁଖି ମହିଳା ସ୍ବାସ୍ଥ୍ୟକର୍ମୀ, ୧୧୦ଜଣ ଆର୍ୟୁବେଦିକ୍‌ ମେଡିକାଲ ଅଫିସର,୧୦ ଜଣ  ହୋମିଓପାଥିକ୍ ଅଧ୍ୟାପକ, ୫ ଜଣ ଆୟୁଷ କନିଷ୍ଠ ସହାୟକ, ଅର୍ଥ ବିଭାଗର  ୧୧୮ ଜଣ ସ୍ଥାନୀୟ ପାଣ୍ଠି  ସମୀକ୍ଷକ ଓ ୧୨ ଜଣ ଉପଖଣ୍ଡ  ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ଜଳସମ୍ପଦ ବିଭାଗର ୫୭ ଜଣ ଅମୀନ, ଅନୁସୂଚିତ ଜନଜାତି, ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ  ବିଭାଗର ୧୦୪ ଜଣ ମଙ୍ଗଳ ସମ୍ପ୍ରାସାରଣ ଅଧିକାରୀ,  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୮୯୪ ଜଣ ଶିକ୍ଷକ ଓ ଅଧ୍ୟକ୍ଷ, ୧୭୮୯ ଜଣ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ,  ବିଭିନ୍ନ କାର୍ଯ୍ୟାଳୟରେ ଥିବା ୭୩ ଜଣ କନିଷ୍ଠ ସହାୟକ, ୨ ଜଣ ସମୀକ୍ଷକ, ଖାଦ୍ୟ ଯେଗାଣା ଓ ଖାଉଟି କଲ୍ୟାଣ ବିଭାଗର ୩୭ ଜଣ ଯୋଗାଣ ନିରୀକ୍ଷକ,  ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୨୧୨ ଜଣ କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ, ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ , ଗୃହ ନିର୍ମାଣ ଓ  ନଗର ବିଭାଗର ୩୪  ଜଣ ହିସାବ ରକ୍ଷକ, ୧୨  ଜଣ ଅମିନ, ୧୪ ଜଣ କନିଷ୍ଠ ସହାୟକ. ୨ ଜଣ କନିଷ୍ଠ ହିସାବ ରକ୍ଷକ ଦକ୍ଷତା ବିକାଶ ଓ ବୈଷିୟକ ଶିକ୍ଷା ବିଭାର  ସରକାରୀ  ଶିଳ୍ପ ତାଲିମ ଅନୁଷ୍ଠାନ  ୧୨୩  ରେ ୧୨୩ ଜଣ ସହକାରୀ ତାଲିମ୍ ଅଧିକାରୀଙ୍କ ସମେତ ସର୍ବମୋଟ ୬୩୯୦ ଜଣଙ୍କୁ ନିଯୁକ୍ତପତ୍ର ପ୍ରଦାନ କରାଯିବ।

ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ସୂଚନା ଅନୁଯାଇ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ  ପାଇଁ ୮୯୪ ଜଣ ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ  ବେସରକାରୀ ହାଇସ୍କୁଲର ୧୭୯୮  ଜଣ ଶିକ୍ଷକ, ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ ୨୮ ଜଣ କନିଷ୍ଠ ସହାୟକ,  ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର  ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ  ଶିକ୍ଷା ପରିଷଦର ୧୮ଜଣ କନିଷ୍ଠ  ସହାୟକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା  ନିର୍ଦ୍ଦେଶାଳୟର ଅଧୀନରେ ୨ ଜଣ  ସମୀକ୍ଷକଙ୍କୁ ନିଯୁକ୍ତି ମିଳିବ । ଏହି  ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ  ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା  ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ  ମୁକେଶ ମହାଲିଙ୍ଗ, ନଗର ଉନ୍ନୟନ  ମନ୍ତ୍ରୀ କୃଷ୍ଣମନ୍ତ୍ରୀ ମହାପାତ୍ର, ଦକ୍ଷତା  ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ,  ମୁଖ୍ୟ ଶାସନ ସଚିବ ମନୋଜ  ଆହୁଜା ଏବଂ ଉନ୍ନୟନ କମିଶନର  ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.