ଭୁବନେଶ୍ବର,୨୨।୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭରେ ହେବେ ସାମିଲ। ତ୍ରିବେଣୀ ସଙ୍ଗମରେ ପକାଇବେ ବୁଡ। ଏହା ପରେ ମୁଖ୍ୟମନ୍ତ୍ରୀ ରାମ ଲାଲାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ମହାକୁମ୍ଭ ଶେଷ ହେବାକୁ ଆଉ ୩ ଦିନ ବାକି ରହିଛି । ମହାକୁମ୍ଭରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ସାମିଲ।ସେଥିପାଇଁ ରବିବାର ଠାରୁ ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ। । ସେଠାରେ ପ୍ରୟାଗରାଜରେ ପକାଇବେ ବୁଡ଼ ପକାଇବେ। ୧୪୪ ବର୍ଷକୁ ଥରେ ପଡ଼ୁଥିବା ଏହି ଭବ୍ୟ କୁମ୍ଭମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନେକ କ୍ୟାବିନେଟ୍ ମନ୍ତ୍ରୀ ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁକେଶ ଅମ୍ବାନୀ ଙ୍କ ପରିବାର ପ୍ରମୁଖ ବୁଡ଼ ପକାଇ ସାରିଛନ୍ତି।