ପ୍ରମୂଖ ଖବର
  • କୁମ୍ଭମେଳା ଦେଖି ଫେରୁଥିବାବେଳେ କାର-ଟ୍ରକ୍ ଧକ୍କା, ୬ ଜଣଙ୍କର ଚାଲିଗଲା ଜୀବନ
  • ||
  • ବିଧାନସଭାରେ କିଟ୍ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ : ଘୁଞ୍ଚିବ ସେମିଷ୍ଟର ପରୀକ୍ଷା, ଛାତ୍ରଛାତ୍ରୀଙ୍କ ଗସ୍ତ ଖର୍ଚ୍ଚ ବହନ କରିବେ ସରକାର
  • ||
  • କନ୍ଧମାଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ଭୁବନେଶ୍ଵରରେ ପ୍ରଥମ କରି ଆରମ୍ଭ ହେବ ସୁଭଦ୍ରା ଶକ୍ତି ମେଳା, ୩୦୦ରୁ ଅଧିକ ଷ୍ଟଲରେ ହେବ ବିକାକିଣା
  • ||
  • ଜୟପୁର : ବେଆଇନ ମାଟି ଇଟା ଭାଟି ଉପରେ କାର୍ଯ୍ୟାନୁଷ୍ଠାନ, ଏକାଧିକ ଇଟା ଭାଟି ଭାଙ୍ଗିଲା ଜିଲ୍ଲା ପ୍ରଶାସନ
  • ||
  • ଭୁବନେଶ୍ୱର : ଗ୍ରୀନ୍‌ ଟ୍ରେଣ୍ଡ୍‌ସ ପାର୍ଲରରେ ଅଗ୍ନିକାଣ୍ଡ, ନିଆଁ ଲାଗି ଲକ୍ଷାଧିକ ଟଙ୍କାର ପାର୍ଲର ସାମଗ୍ରୀ ପାଉଁଶ
  • ||
  • ବାଲେଶ୍ୱର : ବେଆଇନ୍ ବାଲି ଚାଲାଣ ବେଳେ ଚଢାଉ, ୮୦ରୁ ଉର୍ଦ୍ଧ୍ୱ ହାଇୱା ଜବତ
  • ||
  • କଟକ : ଶତାଧିକ ଲିଟର କଫ୍‌ ସିରପ୍‌ ଜବତ, ଜଣେ ଗିରଫ
  • ||
  • ଖାକିରେ କଳଙ୍କ: ସାହାଯ୍ୟ କରିବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, ଏଏସ୍‌ଆଇ ଗିରଫ
  • ||
  • କେନ୍ଦ୍ରାପଡ଼ା : ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯିବାବେଳେ ଓଲଟିଲା ବୋଲେରୋ, ୧୧ ଆହତ
  • ||
  • ବାଲିପାଟଣା: ପ୍ରେମିକ ଘର ଆଗରେ ଫିନାଇଲ୍ ପିଇଦେଲା ପ୍ରେମିକା, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚାମ୍ପିଅନ୍ସ ଟ୍ରଫି ୨୦୨୫: ଆଜି ଆଫଗାନିସ୍ତାନକୁ ଭେଟିବ ଦକ୍ଷିଣ ଆଫ୍ରିକା, ଦେଖିବାକୁ ମିଳିବ କଡ଼ା ଟକ୍କର
  • ||
  • ବାଲେଶ୍ୱର : ଅଧାରେ ରହିଗଲା ଭବିଷ୍ୟତ: ବାହାରୁଥିଲେ ପରୀକ୍ଷା ସେଣ୍ଟର, ହଠାତ୍ ଟଳି ପଡ଼ିଲେ ଛାତ୍ର
  • ||
  • ଭୂକମ୍ପ ଝଟକାରେ ଥରିଲା ଆଣ୍ଡାମାନ ଏବଂ ନିକୋବର ଦ୍ବୀପ, ରେକ୍ଟର ସ୍କେଲରେ ୫.୨ ତୀବ୍ରତା ରେକର୍ଡ
  • ||
  • ଶ୍ରୀଜିଉଙ୍କ ନିକଟର ଲାଗି ହେଲା 'ଅମୃତ ଅନ୍ନ', ୫ ପ୍ରକାର ଜୈବିକ ଚାଉଳ ପ୍ରସ୍ତୁତ
  • ||
  • ଦୁର୍ଗାପୁର ଏକ୍ସପ୍ରେସୱେରେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କର କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଦାଦା
  • ||
  • ରାଜ୍ୟରେ ଆଜିଠୁ ମାଟ୍ରିକ୍‌ ପରୀକ୍ଷା, ପରୀକ୍ଷାର୍ଥୀଙ୍କୁ ସ୍ମାର୍ଟ ୱାଚ୍‌ ମନା, କପି ରୋକିବାକୁ ୪ ସ୍ତରୀୟ ସ୍ବାର୍ଡ ବ୍ୟବସ୍ଥା
  • ||
  • ରାଜ୍ୟରେ ଆସନ୍ତା ୨୪ ଯାଏ ବର୍ଷା ସମ୍ଭାବନା, ପବନ ଏବଂ କୁଆପଥର ମାଡ଼ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଶନିବାର କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ; ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ସୁଖ, ଶାନ୍ତି ସରୋବର ଆଶ୍ରମ ଲୋକାର୍ପଣ କରିବେ

Published By : Prameya | February 20, 2025 2:51 PM

କେନ୍ଦୁଝର,୨୦/୦୨: ବ୍ରହ୍ମ  କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର  କେନ୍ଦୁଝର ପୁରୁଣା ବଜାରରେ  ନବନିର୍ମିତ ଆଶ୍ରମକୁ ଶନିବାର  ଦିନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ  କରି ସୂଚନା ଦେଲେ କେନ୍ଦୁଝର  କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ  ଏବଂ ବଡ଼ବିଲ କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ଜୟନ୍ତୀ । 

ଶନିବାର ଦିନ ସୁଖ ଶାନ୍ତି ସରୋବର ନାମକ ଏହି ଭବ୍ୟ  ଆଶ୍ରମର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାର  କାର୍ଯ୍ୟକ୍ରମ ଥିବାବେଳେ କେନ୍ଦୁଝର ସାଂସଦ ଅନନ୍ତ  ନାୟକ ଏବଂ ବ୍ରହ୍ମକୁମାରୀ ସଂଗଠନର  ଅତିରିକ୍ତ ମୁଖ୍ୟ ପରିଚାଳିକା  ବ୍ରହ୍ମକୁମାରୀ ଜୟନ୍ତୀ, କଟକ  ଉପଖଣ୍ଡର ନିର୍ଦ୍ଦେଶିକା ବ୍ରହ୍ମ କୁମାରୀ  କମଲେଶ ଉପସ୍ଥିତ ରହିବେ ।  ବର୍ତ୍ତମାନ ସମୟରେ ସମାଜରେ  ଅଶାନ୍ତି ଏବଂ ଜଞ୍ଜାଳରୁ ମୁକ୍ତି ପାଇଁ  ଆଧ୍ୟାତ୍ମିକ ଜ୍ଞାନ ତଥା ଧ୍ୟାନ ମାଧ୍ୟମରେ  ସମାଜକୁ ଶୃଙ୍ଖଳିତ କରିବା ପାଇଁ  ଏହି ଆଶ୍ରମ କାର୍ଯ୍ୟ କରିବ ବୋଲି କେନ୍ଦୁଝର  କେନ୍ଦ୍ରର ସଞ୍ଚାଳିକା ବ୍ରହ୍ମକୁମାରୀ ବିନ୍ଦୁ କହିଛନ୍ତି ।  ଏହି ଭବ୍ୟ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଗଦେବା  ପାଇଁ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ  ମାଧ୍ୟମରେ ନିବେଦନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.