ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଓଡିଶା ସାମ୍ବାଦିକଙ୍କୁ ଫାଇରିଂ ଧମକ ଦେଲା ଛତିଶଗଡ଼ ପୋଲିସ, ଥାନାରେ ଏତଲା

Published By : Prameya | February 16, 2025 8:05 PM

ଚନ୍ଦାହାଣ୍ଡି,୧୬/୨ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ଜଣେ କାର୍ଯ୍ୟରତ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ପୁର୍ଣ୍ଣଚନ୍ଦ୍ର ଟାକ୍ରୀ (୩୪)ଙ୍କୁ  ଛତିଶଗଡ଼ ରାଜ୍ୟ ଆମଲିପଦର ପୋଲିସ ଗୋଇଇଠା ମାରିବା ସହ ଫାଇରିଂର ଧମକ ଦେଇଛି l ଏହାସହ ତାଙ୍କଠାରୁ ବୁମ୍ ଏବଂ ଦୁଇଟି ମୋବାଇଲ ଫୋନ୍ ଛଡ଼ାଇ ନେବା ସହ ତାଙ୍କ ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀ (୨୫)କୁ ତାଙ୍କ ସହ ଅମଲିପଦର ଥାନାକୁ ଉଠାଇ ନେଇଥିବା ନେଇ ଜନୈକ ସାମ୍ବାଦିକ ଚନ୍ଦାହାଣ୍ଡି ଥାନାରେ  ଛତିଶଗଡ଼ ପୋଲିସ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଦେଇଥିବା ନେଇ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l   ଚନ୍ଦାହାଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୋଲର୍ସଙ୍କ ନିର୍ଦେଶକ୍ରମେ ଏସଆଇ ଖଗେଶ୍ୱର ଖୋସଲା ଘଟଣାସ୍ଥଳକୁ ଯାଇ  ସବିଶେଷ ତଦନ୍ତ କରିଛନ୍ତି l ଘଟଣା ସମ୍ପର୍କରେ ନବରଙ୍ଗପୁର ଏସପି ମିହିର ଦାଶଙ୍କୁ ଅବଗତ କଲା ପରେ l ଗରିୟାବନ୍ଦ ଏସପିଙ୍କୁ   ଜଣାଇବାରୁ ବୁମ ଏବଂ ମୋବାଇଲ ଫେରାଇବାକୁ ନିର୍ଦେଶ ଦେଇଥିବା ନେଇ ଥାନା ସୂତ୍ରରୁ ଜଣାପଡିଛି l ଛତିଶଗଡ଼ ପୋଲିସର  କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଏତାଦୃଶ୍ୟ  ବ୍ୟବହାରକୁ ସାମ୍ବାଦିକ ମହଲରେ ନିନ୍ଦା କରିବା ସହ l ଏହାର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବୀ କରିଛନ୍ତି l

ସୂଚନା ମୁତାବକ   ଓଡ଼ିଶା ଏବଂ ଛତିଶଗଡ଼ କୋଇଲିମୁଣ୍ଡାଠାରେ ଥିବା ଏକ ଢାବାକୁ ଆଜି ଦିନ ୧୨ଟା ସମୟରେ ଛତିଶଗଡ଼ ରାଜ୍ୟ ଅମଲିପଦର ଥାନାର ୭ଜଣ  ପୋଲିସ ଢାବାକୁ ଆସି ଢାବା ମାଲିକକୁ ଧମକ ଚମକ ଦେବା  ଖବର ପାଇ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଖବର ସଂଗ୍ରହ ପାଇଁ ସୁରଜ ବଗର୍ତ୍ତୀ ନାମକ ଜଣେ ଯୁବକ ସହ ସେଠାକୁ ଯାଇ ନିଜ ମୋବାଇଲରେ ଫଟୋ ଉତ୍ତୋଳନ କରୁଥିବା ନେଇ ଛତିଶଗଡ଼ ପୋଲିସ ତାଙ୍କୁ ଗାଳି ଗୁଲଜ କରିବା ସହ ବିଧା ଗୋଇଠା ମାରି ତାଙ୍କଠାରୁ ବୁମ୍, ୨ଟି ମୋବାଇଲ, ଛଡାଇ ସାଙ୍ଗରେ ଯାଇଥିବା ସୁରଜ ବଗର୍ତ୍ତୀକୁ ଗାଡିରେ ବସାଇ  ଅମଲିପଦର ଥାନାକୁ ନେଇଥିଲେ l 

ଛତିଶଗଡ ପୋଲିସ ମୋବାଇଲ ଛଡାଇ ନେଇଥିବାରୁ ସେ ନିଜ  ଚ୍ୟାନେଲର   ଜିଲ୍ଲା ପ୍ରତିନିଧି କିମ୍ବା ତାଙ୍କ  ବ୍ୟୁରୋ ଚିପକୁ ଜଣାଇପାରି ନ ଥିଲେ l ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଛତିଶଗଡ଼ ପୋଲିସର ଦାଦାଗିରିକୁ ନା ପସନ୍ଦ କରିବା ସହ ସେଠାରେ ଦୀର୍ଘ ଦିନରୁ ପୋଲିସର ନାକ ତଳେ ଚାଲିଥିବା ବେଆଇନ ଢାବା ସହ ଦେଶି ବିଦେଶୀ ମଦ କାରବାରକୁ ବନ୍ଦ କରିବା ପାଇଁ ଦାବୀ କରାଯାଇଛି l ଘଟଣାକୁ ଜିଲ୍ଲା ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ ସଂଘର ସଭାପତି ପ୍ରଶାନ୍ତ ସାହୁ ଦୃଢ ନିନ୍ଦା କରିବା ସହ ଛତିଶଗଡ଼ ପୋଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.