ପ୍ରମୂଖ ଖବର
  • ୨ବର୍ଷ ଭିତରେ ତୁଟିବ ଜଗନ୍ନାଥଙ୍କ ରାଜ୍ୟବ୍ୟାପୀ ଜମି ବିବାଦ: ଆଇନ୍‌ମନ୍ତ୍ରୀ
  • ||
  • ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା: କାର୍‌କୁ ଧକ୍କା ଦେଲା ଫର୍ଚୁନର, ୩ ଯୁବତୀ ଆହତ
  • ||
  • ଛତିଶଗଡ଼ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା,ଏକାଥରକେ ୧୬ରୁ ଅଧିକ ମାଓବାଦୀ ସଫା
  • ||
  • ଭିଜିଲାନ୍ସ ପଞ୍ଝାରେ OWSSB ଆସିଷ୍ଟାଣ୍ଟ ପ୍ରୋଜେକ୍ଟ ମ୍ୟାନେଜର,ଏକକାଳୀନ ୭ଟି ସ୍ଥାନରେ ଚଢ଼ା
  • ||
  • ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ, ସଭାପତି ପଦ ପାଇଁ ତ୍ରିମୁଖି ଲଢ଼େଇ
  • ||
  • ମ୍ୟାଁମାର, ଥାଇଲାଣ୍ଡରେ ଭୟାନକ ଭୂକମ୍ପ: ୧୫୦ରୁ ଊର୍ଦ୍ଧ୍ୱ ମୃତ, ୮୦୦ରୁ ଅଧିକ ଆହତ, ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
  • ||
  • ପିପିଲିରେ ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫ ବଖରା ଘର, କାରଣ ଅସ୍ପଷ୍ଟ
  • ||
  • ଶନିବାର ବର୍ଷର ପ୍ରଥମ ଆଂଶିକ ସୂର୍ଯ୍ୟୋପରାଗ: ଓଡ଼ିଶାକୁ ଦିଶିବନି, ଶ୍ରୀମନ୍ଦିର ନୀତିକାନ୍ତିରେ ପ୍ରଭାବ ପଡ଼ିବନି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ୬ ଜିଲ୍ଲାକୁ ଆଲର୍ଟ: ଏପ୍ରିଲ ୧ରୁ ହାଲୁକା ଆଶ୍ୱସ୍ତି, ୪ରେ ଘୂର୍ଣ୍ଣିବଳୟ ସମ୍ଭାବନା
  • ||

୬ ମଦ ଦୋକାନରୁ ଚୋରୀ ଘଟଣା : ୫ ଗିରଫ, କାର ଜବତ

Published By : Prameya | March 23, 2025 6:19 PM

ଭଞ୍ଜନଗର,୨୩/୩ : ୬ଟି ମଦ ଦୋକାନରୁ ଚୋରି ଘଟଣାରେ ପୋଲିସ  ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧,୭୫୦୦୦ ଟଙ୍କା,  ଗୋଟିଏ କାର୍, ୬ ଟି ମୋବାଇଲ୍ ଓ ଗୋଟିଏ ଲୁହା ଶାବଳ  ପୋଲିସ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ହିଞ୍ଜିଳି ଥାନା ବୁରୁପଡା ଗ୍ରାମର ବବୁଲ୍ ଦଳାଇ(୨୧), ପୁରୁଷୋତ୍ତମପୁର ଥାନା ଅଞ୍ଚଳର ଭାପକୁମରଡା ର ରଞ୍ଜନ ରାଉଳ(୨୪), ବୁଗୁଡ଼ା ଥାନା ଅନ୍ତର୍ଗତ ଅରଖପୁର ଗାଁ ର ଅର୍ଜୁନ ନାୟକ(୨୦), ଅଜୟ ନାୟକ (୧୮) ଓ ଚିତ୍ରସେନ ଜେନା (୨୪) । ଜିଲ୍ଲାର ଭଞ୍ଜନଗର, ଗଞ୍ଜାମ, ବେଗୁନିଆ ପଡ଼ା, ରମ୍ଭା ଓ ଛତ୍ରପୁର ଥାନା ଅଧୀନ ଅଞ୍ଚଳର ମଦ ଦୋକାନରୁ ଅଭିଯୁକ୍ତ ଲୁଟ କରିଥିଲେ। ଏ ନେଇ। ଭଞ୍ଜନଗର ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମୀଳନୀରେ ଆଇପିଏସ୍ ମନୀଷା ସଗୁନ୍ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

 ଚଳିତ ମାସ ୮ ତାରିଖ ରାତିରେ ଭଞ୍ଜନଗର ଥାନା ଅନ୍ତର୍ଗତ ସହରର ବାଉଁଶ ଲୁଣ୍ଡି ରୋଡ଼ଠାରେ ଥିବା ବିଦେଶୀ ମଦ ଦୋକାନରୁ ଏମାନେ ମଧ୍ୟ ରାତ୍ରରେ ସଟର ତାଡି କାଉଣ୍ଟର ରୁ ୨,୧୮,୫୦୦/- ଟଙ୍କା ଚୋରୀ କରି ନେଇଥିବା ଅଭିଯୋଗ ହୋଇଥିଲା। ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତକୁ ବ୍ୟାପକ କରିଥିଲା। ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଙ୍କ ନେତୃତ୍ୱରେ ଜିଲ୍ଲା ର ବିଭିନ୍ନ ଥାନା ଷ୍ଟାଫ୍ ଙ୍କ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ପୁଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲା ବୋଲି ଆଇପିଏସ୍ ମନୀଷା ସଗୁନ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସମସ୍ତ ୫ ଗିରଫ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.