ଫିରିଙ୍ଗିଆ, ୧୨/୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲଜ ସାଡୀଙ୍ଗିଆ ଠାରେ ଥିବା ୧୩୬ ବାଟାଲିୟନ ବିଏସଏଫ ଦ୍ୱାରା ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନସମ୍ପର୍କ ଶିବିରକୁ ସାଡୀଙ୍ଗିଆ ସରପଞ୍ଚ ସାଦମିନୀ କହଁର ଉଦଘାଟନ କରିଥିଲେ। ୧୩୬ ବାଟାଲିଆନ ବି ଏସ ଏଫ କାମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାଙ୍ଗା ଉପର ସାହି ପୂର୍ବତନ ସରପଞ୍ଚ ସୁମିତ୍ରା କହଁର, ପାଙ୍ଗା ସମିତିସଭ୍ୟ ଦିଲ୍ଲୀପ ଦିଗାଲ,ଇନ୍ସସ୍ପେକ୍ଟର ରାଜେଶ ସାଇନି ଯୋଗ ଦେଇଥିଲେ l
ଏହି ଜନସମ୍ପର୍କ ଶିବିର ବିଏସଏଫ କ୍ୟାମ୍ପ ଆରମ୍ଭ ହେବା ଠାରୁ ଉପାନ୍ତ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ସୁ ସମ୍ପର୍କ ଯୋଡିବା ସହ ସେମାନେ କିଭଳି ଭାବରେ ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେହି ଲକ୍ଷ୍ୟ ରହିଥିବା କହିଛନ୍ତି ବି ଏସ ଏଫ କାମାଣ୍ଡାଣ୍ଟ ମାନସ ରଞ୍ଜନ ପଣ୍ଡା l ବିଗତ ଦିନ ମାନଙ୍କରେ ଅଞ୍ଚଳରେ ମାଓ କାର୍ଯ୍ୟକଳାପ ବୃଦ୍ଧି ହୋଇଥିବା ବେଳେ ବହୁ ଧନ ଜୀବନ କ୍ଷୟ କ୍ଷତି ହୋଇଛି । ଜନସାଧାରଣ ଙ୍କୁ ସଚେତନତା ସହ ତାଙ୍କ ସହ ନିକଟତର ହୋଇ ବିଭିନ୍ନ ସହଯୋଗ କରି ସ୍ୱାସ୍ଥ୍ୟ, ଶିକ୍ଷା ତଥା ଆବଶ୍ୟକୀୟ ଘରୋଇ ଉପକରଣ ଦେଇ ଜନସାଧାରଣ ଙ୍କ ସୁଖ ଦୁଃଖରେ ଭାଗିଦାର ହେଲେ ସମସ୍ତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବକ୍ତବ୍ୟ ରଖିଛନ୍ତି ଅତିଥି ମାନେ l
ଏହି କାର୍ଯ୍ୟକ୍ରମରେ ଜାଜେଶ ପଙ୍ଗା ପଞ୍ଚାୟତ, ସାଡୀଙ୍ଗିଆ ପଞ୍ଚାୟତ ଓ ପାଙ୍ଗା ଉପର ସାହି ପଞ୍ଚାୟତ ରୁ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ। ଜନସାଧାରଣ ଙ୍କୁ ବିଭିନ୍ନ ଉପକରଣ ଏବଂ ବିଭିନ୍ନ କ୍ଲବକୁ ଖେଳ ବଣ୍ଟନ କରାଯାଇଥିଲା l