ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

୨୭ବର୍ଷ ପରେ ସେନା ଭୂମିକାରେ ନଜର ଆସିବେ ସନ୍ନି ଦେଓଲ,'ବର୍ଡର ୨'ର ଘୋଷଣା

ମୁମ୍ବାଇ,୧୩/୬: ଆସୁଛି ଫିଲ୍ନ 'ବର୍ଡର'ର ସିକ୍ୱେଲ 'ବର୍ଡର 2' । ୧୯୯୭ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଫିଲ୍ମ 'ବର୍ଡର' ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ବର୍ତ୍ତମାନ ଏହାର ସ୍ବିକେଲ ଆସିବାକୁ ଯାଉଛି । ଏନେଇ  ନିର୍ମାତା 'ବର୍ଡର ୨' ଆସୁଥିବା ନେଇ ଆଜି ଘୋଷଣା କରିଛନ୍ତି । ଏହି ଫିଲ୍ମର ସିକ୍ୱେଲ ସହ ସନ୍ନି ଦେଓଲ ପୁଣିଥରେ ବଡ ପରଦାରେ ନଜର ଆସିବେ । ତେବେ 'ବର୍ଡର'ର ୨୭ ବର୍ଷ ପୂର୍ତ୍ତି ଅବସରରେ ସନ୍ନି ଦେଓଲ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି 'ବର୍ଡର ୨' ଘୋଷଣା କରିଛନ୍ତି । ଏହି ଭିଡିଓରେ, ଅଭିନେତାଙ୍କ ସ୍ୱର ଶୁଣାଯାଉଛି, ଯେଉଁଥିରେ ସେ ଶୁଣିବାକୁ ପାଇଛନ୍ତି ଯେ ୨୭ବର୍ଷ ପୂର୍ବେ ଜଣେ ସୈନିକ ପ୍ରତିଶୃତି ଦେଇଥିଲେ ଯେ ସେ ଫେରି ଆସିବେ । ସମାନ ପ୍ରତିଶ୍ରୁତି ପୂରଣ କରିବାକୁ ପୁଣିଥରେ ଭାରତମାତାଙ୍କୁ ସଲାମ କରିବାକୁ ଆସୁଛନ୍ତି ।

'ବର୍ଡର 2' ଭୂଷଣ କୁମାର, କୃଷ୍ଣ କୁମାର, ଜେପି ଦତ୍ତା ଏବଂ ନିଧି ଦତ୍ତ ନିର୍ମାଣ କରୁଛନ୍ତି । ଅନୁରାଗ ସିଂ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ବର୍ଡର ୨ରେ ଅନୁ ମଲିକ ଏବଂ ମିଥୁନଙ୍କ ସଙ୍ଗୀତ ରହିବ । ଜାଭେଦ ଅଖତର ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକର ଲିରିକ୍ସ ଲେଖୁଛନ୍ତି ଏବଂ ଏହାକୁ ସୋନୁ ନିଗମ ଗାଇବେ । ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ନିକଟରେ ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ଖବର ଆସିଥିଲା ଯେ ଆୟୁଷ୍ମାନ ଖୁରାନା ମଧ୍ୟ ଏହି ଚଳଚ୍ଚିତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ଅକ୍ଟୋବର ୨ ରୁ 'ବର୍ଡର ୨' ସୁଟିଂ ଆରମ୍ଭ ହୋଇପାରେ ଏବଂ ଏହି ଚଳଚ୍ଚିତ୍ର ୨୦୨୬ ମସିହାରେ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.