ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କଟକରେ ମାୟାନଗରୀ ମୁମ୍ବାଇର ଅନୁଭୂତି ଦେବ ‘ବମ୍ବାଇ ହାଉସ୍‌’, ସିଡିଏ ସେକ୍ଟର ୧୧ରେ ଖୋଲିଲା ରେଷ୍ଟୁରାଣ୍ଟ୍‌

Published By : Prameya | February 13, 2025 11:24 AM

କଟକ,୧୩/୦୨: ଭୁବନେଶ୍ୱର ପରେ ଏବେ କଟକବାସୀ ମଧ୍ୟ ଖାଦ୍ୟପେୟରେ ମାୟାନଗରୀ ମୁମ୍ବାଇର  ଅନୁଭୂତି ପାଇପାରିବେ । କଟକ ସିଡିଏ ସେକ୍ଟର ୧୧ରେ ନିଆରା ସାଜସଜ୍ଜାକୁ ନେଇ ଖୋଲିଛି ଲୋକପ୍ରିୟ କାଫେ ଓ  ରେଷ୍ଟୁରାଣ୍ଟ୍‌ ‘ବମ୍ବାଇ ହାଉସ୍‌’ । ବାରବାଟୀ-କଟକ ବିଧାୟିକା  ଇଂ. ସୋଫିଆ ଫିର୍ଦ୍ଦୋସ୍‌ ଓ ଅଭିନେତା ଶୁଭାଶିଷ ଶର୍ମା ଅତିଥି  ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । 

ରାଜଧାନୀ ଭୁବନେଶ୍ୱର ନାଲ୍‌କୋ ଛକସ୍ଥିତ ଦ’  ବମ୍ବାଇ ହାଉସ୍‌ କାଫେ ଓ ରେଷ୍ଟୁରାଣ୍ଟ୍‌ ଇତିମଧ୍ୟରେ ବେଶ୍‌  ଲୋକପ୍ରିୟତା ହାସଲ କରିଛି । ଏହି ରେଷ୍ଟୁରାଣ୍ଟ୍‌ରେ ମୁମ୍ବାଇର ଚାଲିଚଳଣିକୁ ନେଇ ସ୍ୱତନ୍ତ୍ର ସାଜସଜ୍ଜା ରହିଛି । ତାହାକୁ  ଭୁବନେଶ୍ୱରବାସୀ ପସନ୍ଦ କରିବାରୁ ଏହାର ପ୍ରତିଷ୍ଠାତା ଜୟ ଦାଶ ଓ ସହପ୍ରତିଷ୍ଠାତା ସୁମା ଦାଶ କଟକରେ ଖୋଲିବାକୁ  ନିଷ୍ପତ୍ତି ନେଇଥିଲେ । ରେଷ୍ଟୁରାଣ୍ଟ୍‌ରେ ମାୟାନଗରରୀ  ମୁମ୍ବାଇର ସାଜସଜ୍ଜା ସହ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର  ଜୋନ୍‌ ରହିଛି । କଟକିଆଙ୍କ ମନ ପସନ୍ଦର ଖାଦ୍ୟ ଏଠାରେ ମିଳିପାରିବ ଓ ସବୁ ବର୍ଗର ଲୋକଙ୍କୁ ସୁହାଇବା ଭଳି  ଦରଦାମ୍‌ ରହିଛି ବୋଲି ପ୍ରତିଷ୍ଠାତା ଶ୍ରୀ ଦାଶ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.