ଗୋପାଳପୁର ୩/୪: ଗୋପାଳପୁର ବେଳାଭୂମିରେ ଥିବା ଆରଇଏନ ସାଗର ନିକଟରେ ଥିବା ଏକ ଭଙ୍ଗା ଘରୁ ଜଣେ ବ୍ୟକ୍ତିର ମୃତ ଦେହ ପୋଲିସ ଉଦ୍ଧାର କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନାହିଁ। ମୃତ ବ୍ୟକ୍ତିର ବୟସ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ କହିଛି l
ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିର ମୃତ ଦେହ ଆରଇଏନ ସାଗର ନିକଟରେ ଥିବା ଏକ ଭଙ୍ଗା ଘରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପରେ ଗୋପାଳପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି l