ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାରସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ବ୍ଲକସ୍ତରୀୟ ନିପୂଣ ଓଡ଼ିଶା ମେଳା

Published By : Prameya | February 13, 2025 7:20 PM

ଦାରିଙ୍ଗବାଡି,୧୩/୨(ଆପ୍ର): ରାପଡ଼ାବାଡ଼ି ବିଦ୍ୟାଳୟ ଠାରେ  ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିପୂଣ ଓଡ଼ିଶାର ସ୍ୱତନ୍ତ୍ର ଶିକ୍ଷଣ ସାମଗ୍ରୀ ମେଳା   କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ   ଦାରିଙ୍ଗବାଡି ସରପଞ୍ଚ ଚନ୍ଦ୍ରିକା ମଲିକ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଏବିଇଓ ଗୋକୁଳାନନ୍ଦ ନାୟକ, ବନମାଳୀ ମାଝୀ,ଦାରିଙ୍ଗବାଡି ସିଆରସିସି ବଳଭଦ୍ର ମଲିକ ପ୍ରମୁଖ ଯୋଗ ଦେଇଥିଲେ । କ୍ଳଷ୍ଟର ସ୍ତରରେ ଯେଉଁ ଛାତ୍ରଛାତ୍ରୀ ମାନେ ଚୟନ ହୋଇଥିଲେ ସେମାନେ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । 

ପ୍ରାରମ୍ଭିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଶିକ୍ଷକ ମାନେ ଛାତ୍ରଛାତ୍ରୀ ଙ୍କୁ ନେଇ ଟିଏଲ୍ଏମ ପ୍ରଦର୍ଶନ କରି  ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଉପରେ ମେଳା ଅନୁଷ୍ଠିତ ହୋଇଥିଲା। ଅଭିଭାବକ ମାନେ ବୁଲି ଶିକ୍ଷଣ ସାମଗ୍ରୀ ମେଳା ପରିଦର୍ଶନ କରିଥିଲେ । ଶେଷରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ   ଏଫଏଲ୍ଏନ ଶିକ୍ଷକ ମାନଙ୍କୁ ପ୍ରଶଂସା ପତ୍ର ବଣ୍ଟନ କରାଯାଇଥିଲା । ସମସ୍ତ ସିଆରସିସି ସହଯୋଗ କରିଥିବା ବେଳେ ଅନ୍ୟ ଶିକ୍ଷକ ମାନେ ଯୋଗ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.