କୋଲକାତା,୬।୪: ପଶ୍ଚିମବଙ୍ଗରେ ରବିବାର ସକାଳେ ରାମନବମୀ ଶୋଭାଯାତ୍ରା ‘ଜୟ ଶ୍ରୀରାମ୍’ ନାରାରୁ ଆରମ୍ଭ ହୋଇଛି। ଏହି ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ରାସ୍ତାକୁ ଓହ୍ଲାଇଥିଲେ। ରାମନବମୀ ପର୍ବ ବେଳେ ଆଇନ ବ୍ୟବସ୍ଥା ବଜାୟ ରଖିବା ପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି। ସକାଳରୁ ସଡକରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା। ଗେରୁଆ ରଙ୍ଗର ପତାକା, ଭକ୍ତ ସଙ୍ଗୀତ ଓ ରାମାୟଣର ଦୃଶ୍ୟ ଦେଖାଉଥିବା ଶୋଭାଯାତ୍ରା ମଧ୍ୟ ବାହାରିଥିଲା।
ଏକାକୀ କୋଲକାତାରେ ୬୦ ରୁ ଅଧିକ ଶୋଭାଯାତ୍ରା ଆୟୋଜିତ କରିବାର କାର୍ଯ୍ୟକ୍ରମ ରହିଛି, ଯାହାର ପ୍ରାୟ ୪୦୦୦ ରୁ ୫୦୦୦ ପୋଲିସକର୍ମୀଙ୍କ ମୁତୟନ କରାଯାଇଛି। ଉପ-କମିାନର ଓ ଜଏଣ୍ଟ କମିଶନର ରାଙ୍କର ବରିଷ୍ଠ ଅଧିକାରୀ ଶୋଭାଯାତ୍ରା ରାସ୍ତାରେ କଡ଼ା ନଜର ରଖିଥିଲେ।
ବିଜେପି ରାଜ୍ୟ ୟୁନିଟ୍ର ମୁଖ୍ୟ ସୁକାନ୍ତ ମଜୁମଦାର କହିଛନ୍ତି, ରାମନବମୀରେ ଆୟୋଜିତ ଅନେକ କାର୍ଯ୍ୟକ୍ରମରେ ଲକ୍ଷାଧିକ ଲୋକଙ୍କୁ ସାମିଲ ହେବାର ଆଶା ରହିଛି। ମୁଁ ରାଜ୍ୟ ସରକାରଙ୍କୁ କହିବାକୁ ଚାହୁଁଛି ଯେ, ସେ ବ୍ୟବସ୍ଥା କରନ୍ତୁ ଯେପରି ଶାନ୍ତିପୂର୍ଣ୍ଣ ଭାବରେ ପର୍ବ ପାଳନ କରିହେବ। ସମାରୋହକୁ ବଳପୂର୍ବକ ରୋକିବା ପାଇଁ କୌଣସି ଚେଷ୍ଟା କରାନଯାଉ। ରାମନବମୀର ଉତ୍ସବ ପାଳନ କରାଯିବ, ଆପଣ ଯାହା କି କରନ୍ତୁ।’ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ରବିବାର ରାମନବମୀ ଅବସରରେ ପୂର୍ବ ମେଦିନପୁର ଜିଲ୍ଲାର ନନ୍ଦିଗ୍ରାମରେ ରାମ ମନ୍ଦିରର ଆଧାରଶିଳା ରଖିଛନ୍ତି।