ଭୁବନେଶ୍ଵର, ୦୮/୧୦ : ବୁଧବାର ଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ। ଆସନ୍ତାକାଲି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ଦିନ ୧୧ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶଙ୍ଖ ଭବନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ଫିଜିକାଲି ଏବଂ ଡିଜିଟାଲି ସଭ୍ୟ ସଂଗ୍ରହ କରାଯିବ। ସବୁ ଜିଲ୍ଲାରୁ କର୍ମକର୍ତ୍ତାମାନେ ଭର୍ଚୁଆଲ୍ ମୋଡରେ ଉପସ୍ଥିତ ରହିବେ।
ଆଞ୍ଚଳିକ ଦଳ ଭାବରେ ବିଜେଡି ସବୁବେଳେ ସଭ୍ୟ ସଂଗ୍ରହକୁ ଗୁରୁତ୍ଵ ଦେଇ ଆସିଛି। ଛାତ୍ର ଏବଂ ଯୁବକଙ୍କୁ ବିଜେଡି ଫୋକସ୍ରେ ରଖିଛି। ତେବେ ପୂଜା ପରେ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ଵରାନ୍ଵିତ କରାଯିବ। ୨ଟି ପର୍ଯ୍ୟାୟରେ ସଭ୍ୟ ସଂଗ୍ରହ ହେବ। ପୂର୍ବରୁ ବିଜେଡି ସହ ୧ କୋଟି ପ୍ରାଥମିକ ସଦସ୍ୟ ଏବଂ ୩ ଲକ୍ଷ ୪୦ ଲକ୍ଷ ୪୦ ହଜାର ସକ୍ରିୟ ସଦସ୍ୟ ଯୋଡି ହୋଇଥିଲେ। ଏଥର ଦଳ ୧ କୋଟି ସଦସ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି।