ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ନାକ୍‌ ମାନ୍ୟତାରେ ଖସିଲା ରମାଦେବୀ ବିଶ୍ୱବିଦ୍ୟାଳୟ: ପାଠପଢ଼ାକୁ ପ୍ରଶଂସା, ଭିତ୍ତିଭୂମି ବଢ଼ାଇବାକୁ ପରାମର୍ଶ

ଭୁବନେଶ୍ୱର,୦୮/୧୦: ରମାଦେବୀ  ମହିଳା ମହାବିଦ୍ୟାଳୟରୁ ଉପରକୁ ଉଠି  ବିଶ୍ୱବିଦ୍ୟାଳୟ ହେଲା । ହେଲେ ନାକ୍‌  ମାନ୍ୟତାରେ ‘ଏ’ରୁ ତଳକୁ ଖସି ‘ବି  ପ୍ଲସ୍‌ ପ୍ଲସ୍‌’ରେ ମାନ୍ୟତା ରହିଲା । ତେବେ  ନାକ୍‌ ଦଳ ପାଠପଢ଼ାକୁ ପ୍ରଶଂସା କରଥିବା  ବେଳେ ବିଶ୍ୱବିଦ୍ୟାଳୟ ହିସାବରେ ଥିବା  ଭିତ୍ତିଭୂମି ଓ ଗବେଷଣାକୁ ମୁହଁ ମୋଡ଼ିଛନ୍ତି । ଅନ୍ୟପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କିନ୍ତୁ  ‘ବି ପ୍ଲସ୍‌ ପ୍ଲସ୍‌’ ମାନ୍ୟତାରେ ଢେର ଖୁସ୍‌ । 

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ  ପ୍ରଥମ ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ  ଆକ୍ରିଡେସନ୍‌ କାଉନସିଲ୍‌(ନାକ୍‌)ର ମାନ୍ୟତା  ମିଳିଛି । ପ୍ରଥମ ପର୍ଯ୍ୟାୟ ନାକ୍‌ ପରିଦର୍ଶନରେ  ନାକ୍‌ ଟିମ୍‌ ବିଶ୍ୱବିଦ୍ୟାଳୟକୁ ୨.୮୭ ସିଜିପିଏ  ପ୍ରଦାନ କରି ‘ବି ପ୍ଲସ୍‌ ପ୍ଲସ୍‌’ ଗ୍ରେଡ୍‌ ମାନ୍ୟତା ଦେଇଛନ୍ତି। ନାକ୍‌ ଟିମ୍‌ ତାଙ୍କ ରିପୋର୍ଟରେ  ବିଶ୍ୱବିଦ୍ୟାଳୟର ପାଠପଢ଼ାକୁ ପ୍ରଶଂସା  କରିଛନ୍ତି । ହେଲେ ଭିତ୍ତିଭୂମି, ନୈରାଶ୍ୟଜନକ ଗବେଷଣା ପତ୍ର ପ୍ରକାଶନ, ଆବଶ୍ୟକୀୟ ସ୍ଥାୟୀ  ଅଧ୍ୟାପକ ଓ ଅଣଅଧ୍ୟାପକ ନିଯୁକ୍ତି, ଅନ୍ତର୍ଜାତୀୟ ଶିକ୍ଷାର୍ଥୀ ନଥିବାରୁ ଏହା ନାକ ଟିମକୁ ଖୁସି କରିପାରିନାହିଁ । 

ନାକ୍‌ ୱେବ୍‌ସାଇଟ୍‌ରେ  ରମାଦେବୀର ନାକ୍‌ ରିପୋର୍ଟ ଅପଲୋଡ୍‌  ହୋଇଥିଲା । ତେବେ ଅପଲୋଡ୍‌ର କିଛି ସମୟ  ପରେ ଏହାକୁ ଉଡାଇ ଦିଆଯାଇଛି । ଏହା  ସନ୍ଦେହ ବଢ଼ାଇଛି । ବିଶ୍ୱବିଦ୍ୟାଳୟ କୁଳପତି  ପ୍ରଫେସର ଅପରାଜିତା ଚୌଧୁରୀ କହିଛନ୍ତି,  ପ୍ରଥମ ସାଇକେଲ୍‌ରେ ବିଶ୍ୱବିଦ୍ୟାଳୟକୁ ବି  ପ୍ଲସ୍‌ ପ୍ଲସ୍‌ ମିଳିଛି, ଯାହା ସନ୍ତୋଷଜନକ ।  କମ୍‌ ଭିତ୍ତିଭୂମି ଭିତରେ ଆମେ ଭଲ ରେଜଲ୍ଟ  କରିଛୁ । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ  ନାକ୍‌ ମାନ୍ୟତା ଭଲ କରିବ । 

ତେବେ  ନାକ ଟିମ ପରାମର୍ଶରେ ଦର୍ଶାଇଛନ୍ତି,  ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିର ବିକାଶ  ପାଇଁ ପରିସୀମା ବୃଦ୍ଧି କରିବା ଆବଶ୍ୟକ ।  ସ୍ଥାୟୀ ଅଧ୍ୟାପକ ଓ ଅଣଅଧ୍ୟାପକ ପଦବି  ପୂରଣ । ଅନ୍ତର୍ଜାତୀୟସ୍ତରର ଶିକ୍ଷାର୍ଥୀଙ୍କୁ  ଆକୃଷ୍ଟ କରିବାକୁ ପଡ଼ିବ । ରାଜସ୍ୱ ଆଦାୟ  ପାଇଁ ଉତ୍ସ ସୃଷ୍ଟି କରିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.