ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ନୀଳଗିରି ରାଜବାଟି ପରିସରରେ ମା' କନକଦୁର୍ଗାଙ୍କ ନିଆରା ବଳିନାୟକ ଖେଳ ସମାପନ

ନୀଳଗିରି, ୦୮/୧୦ : ଦୁର୍ଗାପୂଜା ପାଇଁ ନୀଳଗିରି ରାଜବାଟି ପରିସରରେ ଥିବା ଐତିହାସିକ ମା' କନକଦୁର୍ଗାଙ୍କ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି। ନବରାତ୍ର ପୂଜାର ୫ ଦିନ ଏଠାରେ ନିଆରା ଢଙ୍ଗରେ ବଳିପ୍ରଥା ପାଳନ ହୋଇଥାଏ। ରାଜା ରାଜୁଡ଼ା ଅମଳରୁ ଏଠାରେ ପଶୁବଳି ଚାଲି ଆସୁଥିବା ବେଳେ ଏବେ କେବଳ କଖାରୁ ବଳି ଦିଆଯାଉଛି। ସମୟ ଥିଲା ବଳି ଖେଳ ପାଇଁ ଅଞ୍ଚଳବାସୀ ତାଟି କବାଟ ପକାଇ ଦେଉଥିଲେ। ହେଲେ ଏବେ ଏହା ମନୋରଞ୍ଜନର ମାଧ୍ୟମ ପାଲଟିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ରାଜ ପରିବାରର କୂଳଦେବୀ ହେଉଛନ୍ତି ମା' କନକଦୁର୍ଗା। ୧୭୫୦ମସିହାରେ ଗରଡ଼ିହିରୁ ନୀଳଗିରିକୁ ରାଜଧାନୀ ଉଠି ଆସିବା ପରେ ମା' କନକଦୁର୍ଗା ମନ୍ଦିର ନିର୍ମାଣ ହୋଇଥିଲା। ସେହିଦିନ ଠାରୁ ମା' କନକଦୁର୍ଗା କୂଳଦେବୀ ଭାବେ ପୂଜାପାଇ ଆସିଥାନ୍ତି। ଦୁର୍ଗାପୂଜାରେ ଷୋଡ଼ଶ ପୂଜା ହୋଇଥିବା ବେଳେ ହୋମଯଜ୍ଞ ପୂଜା ସମାପନ ହୋଇ ଅଷ୍ଟମୀରେ ହଜାର ହଜାର ବ୍ରତୀ ଡଲାଭୋଗ ଲାଗି କରନ୍ତି। ନବରାତ୍ରରେ ବଳିଖେଳ ୫ଦିନ ହୋଇଥାଏ। ରାତିରେ କାଳିସୀ ଜଗନ୍ନାଥ ମନ୍ଦିର ପରିସରରୁ ସଜ୍ଜିତ ହୋଇ ଅନ୍ଧାରରେ ମଶାଲ ଆଲୁଅରେ ଅସ୍ତ୍ର ଧରି ରାଜବାଟି ପରିସରକୁ ଆସିଥାନ୍ତି। ଦୁର୍ଗା ମାଧବ ଭେଟ ଓ ନୀତିପୂଜା ପରେ ଆରମ୍ଭ ହୋଇଥାଏ ବଳିଖେଳ। କାଳିସୀ ଦାସୀ ହୋଇ ଉପସ୍ଥିତ ଥିବା ଭକ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁଇଁଥାନ୍ତି। ୫ଦିନରେ ଏହି ଖେଳରେ ସେ ୫ଜଣ ଭକ୍ତଙ୍କୁ ଛୁଇଁ ଥିବାବେଳେ ଭକ୍ତମାନେ ମାଙ୍କ ଠାରେ ବଳି ପାଇଁ ପାଣି କଖାରୁ ସମର୍ପଣ କରିଥାନ୍ତି। ରାଜା ରାଜୁଡ଼ା ଅମଳରୁ ପଶୁ ବଳି ପଡୁଥିଲା। ହେଲେ ଏହା କଟକଣା ପାଇଁ ବନ୍ଦ ରହିଛି। ପୂର୍ବରୁ ବଳି ଖେଳ ଦେଖିବାକୁ ଅଞ୍ଚଳବାସୀ ଭୟରେ ଆସୁନଥିବା ବେଳେ ଦାସୀ ସମୟରେ ବାଜାର ଶବ୍ଦ ଶୁଣି ତାଟି କବାଟ ପଡି ଯାଉଥିଲା। ହେଲେ ଏବେ ବଳି ଖେଳ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି। ବଳି ଖେଳ ଏବେ ମନୋରଞ୍ଜନର ମାଧ୍ୟମ ପାଲଟିଛି। 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.