ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଜମ୍ମୁକାଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା, ଘୋଷଣା କଲେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ୍ ଅବଦୁଲ୍ଲା...

ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରରେ ନ୍ୟାସନାଲ କନଫରେନ୍ସ ବହୁମତ ଆଡକୁ ଗତି କରୁଛି। ଆଉ ଏହି ସମୟରେ ନ୍ୟାସନାଲ କନଫରେନ୍‌ସ ସଭାପତି ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି ଯେ, ତାଙ୍କ ପୁଅ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ହେବେ । ଏହି ନିର୍ବାଚନରେ ଓମାର ଅବଦୁଲ୍ଲା ବଡଗାମ ଏବଂ ଗାନ୍ଦରବାଲ ଦୁଇଟି ଆସନରୁ ନାମାଙ୍କନ ଦାଖଲ କରିଥିଲେ । ବଡଗାମରେ ନିର୍ବାଚନ ଜିତିଥିବା ବେଳେ ଗାନ୍ଦରବାଲ ଆସନରେ ସେ ଆଗୁଆ ଚାଲୁଛନ୍ତି । 

ତେବେ ଫାରୁକ୍ ଅବଦୁଲ୍ଲା କହିଛନ୍ତି, "ଆମେ ଆଶା କରୁଛୁ ଯେ ଲୋକଙ୍କ ଆଶା ପୂରଣ କରିବୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ କରିବୁ । ମୋର ବିଶ୍ୱାସ ଯେ ଲୋକମାନେ ଆମ କଥା ଶୁଣିଛନ୍ତି ଏବଂ ଆମକୁ ବିଶ୍ବାସ କରିଛନ୍ତି, ମୁଁ ସେମାନଙ୍କ ପାଇଁ କୃତଜ୍ଞ । ଏଠାରେ ଆମେ ଚାପ ହ୍ରାସ କରିବୁ । ଏଠାରେ ଜନତାଙ୍କ ରାଜ୍ ଚାଲିବ, ପୋଲିସଙ୍କର ନୁହେଁ । 

ଅବଦୁଲ୍ଲା ଆହୁରି ମଧ୍ୟ କହିଛନ୍ତି, ଆମକୁ ନିର୍ଦ୍ଦୋଷ ଲୋକଙ୍କୁ ଜେଲରୁ ବାହାର କରିବାକୁ ପଡିବ, ସତ କହିବା ପାଇଁ ଜେଲରେ ଥିବା ଗଣମାଧ୍ୟମ ଲୋକଙ୍କୁ ବାହାର କରିବାକୁ ପଡିବ, ଏକମାତ୍ର ଅନୁରୋଧ ହେଉଛି ଯେ ଘୃଣା ବୃଦ୍ଧି କରିବା ଉଚିତ ନୁହେଁ, ପ୍ରେମ ବଢାଇବା ଉଚିତ୍। ଆମକୁ ହିନ୍ଦୁ ଏବଂ ମୁସଲମାନ ମାନଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି କରିବାକୁ ପଡ଼ିବ। ”

ଯଦି ଓମାର ଅବଦୁଲ୍ଲା ସିଏମ୍ ହୁଅନ୍ତି, ତେବେ ତାଙ୍କ ସମର୍ଥକଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ବିଷୟ ହେବ , କାରଣ ଓମାର ଥରେ ନିର୍ବାଚନ ନଲଢିବାକୁ ନିଷ୍ପତ୍ତି ନେଇ ଥିଲେ । ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଓମାର କହିଥିଲେ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ତାଙ୍କର ସ୍ୱର ବଦଳିଥିଲା ଏବଂ ସେ ତାଙ୍କ ନିଷ୍ପତ୍ତି ବଦଳାଇଥିଲେ । କେବଳ ଏତିକି ନୁହେଁ ସେ ଦୁଇଟି ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.