ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ରାଜନୀତିର ରେସଲିଂରେ ଭିନେଶଙ୍କ ପ୍ରଥମ ବିଜୟ, ବିଜେପି ପ୍ରାର୍ଥୀଙ୍କୁ ଦେଲେ ମାତ୍

ନୂଆଦିଲ୍ଲୀ,୮।୧୦:  ହରିୟାଣା ବିଧାନସଭାର ଜୁଲନା ଆସନର ଫଳାଫଳ ଆସିସାରିଛି। ଏହି ସିଟ୍‌ରେ ପୂର୍ବତନ ରେସଲର ଓ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ଭିନେଶ ଫୋଗାଟ ଜିତି ଯାଇଛନ୍ତି। ଭିନେଶ ନିଜର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଯୋଗେଶ ବୈରାଗୀଙ୍କୁ ୬୦୦୦ରୁ ଅଧିକ ଭୋଟ୍‌ରେ ପରାଜିତ କରିଛନ୍ତି। ସେଭଳି ଏହି ଆସନରେ ଭିନେଶଙ୍କ ଆଗରେ ଆଉ ଜଣେ ରେସଲର ମଧ୍ୟ ଥିଲେ, କିନ୍ତୁ ତାଙ୍କୁ ମାତ୍ର ୧୨୦୦ରୁ ଅଧିକ ଭୋଟ୍ ମିଳିଛି। ଆପ୍ ପାର୍ଟି ଭିନେଶଙ୍କ ବିରୋଧରେ WWE ରେସଲର କବିତା ରାନୀ (କବିତା ଦଲାଲ)ଙ୍କୁ ଓହ୍ଲାଇଥିଲା। ହେଲେ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କବିତ ଅମାନତ ହରାଇଛନ୍ତି।   

ଭିନେଶ ଫୋଗାଟ୍‌ଙ୍କୁ ମୋଟ ୬୫,୦୮୦ ଭୋଟ ମିଳିଛି। ସେଭଳି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଯୋଗେଶଙ୍କୁ ୫୯,୦୬୫ ଭୋଟ ମିଳିଛି। ଏଭଳି ଭାବରେ ଭିନେଶ ୬୦୧୫ ଭୋଟ୍‌ରେ ଜିତିଛନ୍ତି। ଗତ ଥର ଏହି ଆସନରୁ ଅମରଜତ ବିଜେପି ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ। ଚଳିତ ବର୍ଷ ଏହି ଆସନରୁ ବମ୍ପର ଭୋଟିଂ ହୋଇଛି। 

ବିଧାନସଭା ନିର୍ବାଚନ ହିସାବକୁ ଯଦି ଦେଖାଯାଏ ତେବେ କୌଣସି ପ୍ରାର୍ଥୀଙ୍କ ମୋଟ ଭୋଟ୍‌ର ୧/୬ ପ୍ରତିଶତ ଯଦି ନମିଳେ, ତେବେ ସେ ତାଙ୍କ ଅମାନତ ହରାଇଥାନ୍ତି। ଜୁଲାନା ବିଧାନସଭା ନିର୍ବାଚନରେ ମୋଟ ଭୋଟ୍ ୧,୩୮,୮୭୧ ପଡିଛି। ଏଭଳି ସ୍ଥିତିରେ ୧/୬ କିମ୍ବା ୧୬.୬୬% ହିସାବରେ ୨୩,୧୪୫ ଭୋଟ୍‌ କବିତା ପାଇଥିଲେ ଅମାନତ ହରାଇବାଠାରୁ ରକ୍ଷା ପାଇ ପାରିଥାନ୍ତେ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.