ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ତାଜମହଲର ସୌନ୍ଦର୍ଯ୍ୟରେ ବିମୋହିତ ହେଲେ ମାଳଦ୍ୱୀପର ରାଷ୍ଟ୍ରପତି , ପତ୍ନୀଙ୍କ ସହ ପ୍ରେମର ପ୍ରତୀକକୁ ଦେଖିଲେ

ନୂଆଦିଲ୍ଲୀ : ମମତାଜଙ୍କ ପାଇଁ ତାଜମହଲ ଗଢିବା ବେଳେ ମୋଗଲ ବାଦଶାହ ଶାହଜହାଁ କେବେ ବି ଭାବି ନଥିବେ, ପତ୍ନୀଙ୍କ ପ୍ରେମ ପ୍ରତି ସମର୍ପିତ ଏହି ବିଲ୍ଡିଂ ଦୁନିଆରେ ଏତେ ପ୍ରସିଦ୍ଧ ପାଇବ। ସାରା ବିଶ୍ୱର ଅନେକ ଦେଶରୁ ଯିଏ ବି ଆସନ୍ତି, ତାଙ୍କର ପୁଣି ଥରେ ତାଜମହଲକୁ ଦେଖିବାର ଇଚ୍ଛା ନିଶ୍ଚୟ ହୋଇଥାଏ। ଗତ ରବିବାର ୪ ଦିବସୀୟ ଯାତ୍ରାରେ ଭାରତ ଆସିଥିବା ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ମଙ୍ଗଳବାର ନିଜ ପତ୍ନୀ ସଜିଦା ମହମ୍ମଦଙ୍କ ସହ ତାଜମହଲକୁ ଦେଖିବାକୁ ପହଞ୍ଚି ଥିଲେ। ତାଜମହଲକୁ ଦେଖିବା ପରେ ଭିଜିଟର ବୁକ୍‌ରେ ଉକ୍ତ ସୁନ୍ଦର ବିଲ୍ଡିଂର ଖୁବ୍‌ ପ୍ରଶଂସା କରି ଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି କହିଛନ୍ତି ଯେ, ତାଜମହଲର ସୌନ୍ଦର୍ଯ୍ୟକୁ ଶବ୍ଦରେ ବାଖ୍ୟା କରିବା ଖୁବ୍‌ ମୁସ୍କିଲ, କାରଣ ଏମିତି କରିବା ଅବିଚାର ହେବ।

ମଙ୍ଗଳବାର ସକାଳେ ମାଳଦ୍ୱୀପର ରାଷ୍ଟ୍ରପତି ଓ ତାଙ୍କର ପତ୍ନୀର ସ୍ୱାଗତ ପାଇଁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ କ୍ୟାବିନେଟ୍‌ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ଆଗ୍ରା ଏୟାରପୋର୍ଟରେ ପହଞ୍ଚି ଥିଲେ। ଏହି ସମୟରେ ସେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ତାଜମହଲର ଏକ ଚିତ୍ର ମଧ୍ୟ ଉପହାର ଦେଇ ଥିଲେ। ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜ ପତ୍ନୀଙ୍କ ସହ ତାଜମହଲ ସାମନାରେ ଫଟୋ ମଧ୍ୟ ଉଠାଇ ଥିଲେ। 

ମାଳଦ୍ୱୀପର ରାଷ୍ଟ୍ରପତିଙ୍କ ତାଜମହଲ ଯାତ୍ରା କାରଣରୁ ମଙ୍ଗଳବାର ସକାଳ ୮ଟାରୁ ସକାଳ ୧୦ଟା ଯାଏ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲକୁ ବନ୍ଦ ରଖା ଯାଇ ଥିଲା। ଅନ୍ୟପଟେ, ତାଜମହଲକୁ ଦେଖିବା ପରେ ଏୟାରପୋର୍ଟ ଯିବା ପୂର୍ବରୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ନିଜ ପତ୍ନୀଙ୍କ ସହ ଆଗ୍ରା ସ୍ଥିତ ଓପନ ଏୟାର କ୍ରାଫ୍ଟ ଭିଲେଜ୍‌ ‘ ଶିଳ୍ପଗ୍ରାମ’ରେ ପହଞ୍ଚି ଥିଲେ, ସେଠାରେ ତାଙ୍କର ସ୍ୱାଗତରେ ସ୍ଥାନୀୟ ବ୍ରଜ କ୍ଷେତ୍ରର କଳାକାରମାନେ ପ୍ରଦର୍ଶନ କରି ଥିଲେ। 

ଆପଣଙ୍କୁ କହି ରଖୁଛୁ ଯେ, ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମାଳଦ୍ୱୀପର ରାଷ୍ଟ୍ରପତି ମୁଇଜ୍ଜୁଙ୍କ ମଧ୍ୟରେ ଦ୍ୱିପାକ୍ଷୀୟ ଆଲୋଚନା ହୋଇଥିଲା। ଉଭୟ ନେତାଙ୍କ କଥାବାର୍ତ୍ତା ପରେ ଏକ ମିଳିତ ବୟାନ ଜାରି କରାଯାଇ ଥିଲା। ଏଥିରେ ଉଭୟ ନେତାଙ୍କ ପକ୍ଷରୁ କୁହାଯାଇ ଥିଲା ଯେ, ଭାରତ ଓ ମାଳଦ୍ୱୀପ ମଧ୍ୟରେ ସମ୍ୱନ୍ଧ ଖୁବ୍ ପୁରୁଣା। ଭାରତ ମାଳଦ୍ୱୀପର ସବୁଠୁ ନିକଟର ପଡୋଶୀ ଓ ଭଲ ବନ୍ଧୁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.