ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ହରିୟାଣାରେ ଜିରୋ, ଜମ୍ମୁକାଶ୍ମୀରରେ ଖାତା ଖୋଲିଲା ଆପ୍‌

Image Courtesy: indiatv

ନୂଆଦିଲ୍ଲୀ: ଦିଲ୍ଲୀ ଓ ପଞ୍ଜାବର ପଡ଼ୋଶୀ ହରିୟାଣାରେ ଆମ ଆଦମୀ ପାର୍ଟି (ଆପ୍‌) ବିଧାନସଭା ନିର୍ବାଚନରେ ଜୋରଦାର ଲଢ଼େଇ କରିଥିଲା । କିନ୍ତୁ ଦଳକୁ ସେଠାରେ ସଫଳତା ମିଳିପାରି ନାହିଁ । ହରିୟାଣାରେ ଆପ୍‌ର କୌଣସି ପ୍ରାର୍ଥୀ ନିର୍ବାଚନରେ ବିଜୟୀ ହୋଇପାରି ନାହାନ୍ତି । ସେପଟେ ଜମ୍ମୁକାଶ୍ମୀରରେ ପ୍ରଥମ ଥର ଆପ୍‌ ଖାତା ଖୋଲିଛି । 

ଡୋଡା ବିଧାନସଭା ଆସନରୁ ଆପ୍‌ର ପ୍ରାର୍ଥୀ ମେହରାଜ ମଲିକ୍‌ ବିଜୟ ହାସଲ କରିଛନ୍ତି । ମେହରାଜ ମଲିକ ବିଜେପି ପ୍ରାର୍ଥୀଙ୍କୁ ୪୫୪୮ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଅନୁସାରେ, ମେହରାଜ ମଲିକଙ୍କୁ ୨୨୬୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଗଜୟ ସିଂହ ରାଣାଙ୍କୁ ୧୮୦୬୩ ଖଣ୍ଡ ଭୋଟ ମିଳିଛି । 




ଜମ୍ମୁକାଶ୍ମୀରେ ପ୍ରଥମ ଥର ଆପ୍‌ ପ୍ରାର୍ଥୀ ଦେଇଥିଲା । ପ୍ରଥମ ନିର୍ବାଚନରେ ଦଳକୁ ସଫଳତା ମିଳିଥିବାରୁ ଅରବିନ୍ଦ କେଜ୍ରିଓ୍ବାଲ ଖୁସି ହୋଇଯାଇଛନ୍ତି । ବିଜୟୀ ନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲ ।  ସେପଟେ ଜମ୍ମୁକାଶ୍ମୀରରେ ନ୍ୟାସନାଲ୍‌ କନଫରେନ୍ସ (ଏନସି)କୁ ପ୍ରଚଣ୍ଡ ବିଜୟ ମିଳିବାକୁ ଯାଉଛି । ଏନସି ୪୨ ସିଟ୍‌ରେ ଆଗୁଆ ରହିଥିବା ବେଳେ ୬ ସିଟ୍‌ରେ ଆଗୁଆ ରହିଛି କଂଗ୍ରେସ । ସେହିଭଳି ବିଜେପି ୨୯ଟି ସିଟ୍‌ରେ ଆଗୁଆ ରହିଛି ।  

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.