ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ନିଜ ଆସନ ରକ୍ଷା କାରିପାରିଲେନି ଜମ୍ମୁକାଶ୍ମୀର ବିଜେପି ମୁଖିଆ, ଜିତିଲେ ଏନସି ପ୍ରାର୍ଥୀ

ନୂଆଦିଲ୍ଲୀ: ହରିୟାଣାରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଥିବା ବିଜେପିକୁ ଜମ୍ମୁକାଶ୍ମୀରରେ ନିରାଶା ମିଳିଛି । ସେଠାରେ ନ୍ୟାସନାଲ୍‌ କନଫରେନ୍ସ ଏବଂ କଂଗ୍ରେସର ମେଣ୍ଟ ସରକାର ହେବାକୁ ଯାଉଛି । ଏହାରି ମଧ୍ୟରେ ଜମ୍ମୁକାଶ୍ମୀରର ବିଜେପି ମୁଖ୍ୟ ରବୀନ୍ଦ୍ର ରୈନା ନିଜ ଆସନ ରକ୍ଷା କରିପାରି ନାହାନ୍ତି । ସେ ନୌଶେରା ବିଧାନସଭା ଆସନରୁ ପରାସ୍ତ ହୋଇଛନ୍ତି । ନୌଶେରା ଆସନରେ ନ୍ୟାସନାଲ୍‌ କନଫରେନ୍ସର ସୁରିନ୍ଦର ଚୌଧୁରୀ ୭,୮୧୯ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । 

ଏଥର ନିର୍ବାଚନରେ ରବୀନ୍ଦ୍ର ରୈନାଙ୍କ ଉପରେ ଖୁବ ବିଶ୍ବାସ କରିଥିଲା ବିଜେପି । ସେ ଦୀର୍ଘ ଦିନ ହେଲା ବିଜେପିକୁ ବିଜୟୀ କରିବା ଲାଗି କାମ ମଧ୍ୟ କରିଛନ୍ତି । ଶେଷରେ କିନ୍ତୁ ଜମ୍ମୁକାଶ୍ମୀରର ବିଜେପି ସଭାପତି ରବୀନ୍ଦ୍ର ରୈନା ପରାସ୍ତ ହୋଇଛନ୍ତି   । ଭୋଟ ଗଣତି ମଧ୍ୟରେ ରବୀନ୍ଦ୍ର ରୈନା ଦାବି କରିଥିଲେ ଯେ, ବିଜେପି ବହୁମତ ହାସଲ କରିବ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କୁ ସାଥିରେ ନେଇ ସରକାର କରିବ । କିନ୍ତୁ ବିଜେପି ବହୁମତରୁ ବହୁ ଦୂରରେ ଥିବା ବେଳେ ରବୀନ୍ଦ୍ର ରୈନା ଖୋଦ ପରାଜୟ ବରଣ କରିଛନ୍ତି । 

ସେପଟେ ମଙ୍ଗଳବାର ସକାଳ ୮ଟାରୁ ଜମ୍ମୁକାଶ୍ମୀରରେ ମତଗଣନା ଜାରି ରହିଛି । ୯୦ ଆସନ ବିଶିଷ୍ଟ ଜମ୍ମୁକାଶ୍ମୀରରେ ନ୍ୟାସନାଲ କନଫରେନ୍ସ (ଏନସି) ଏବଂ କଂଗ୍ରେସ ମେଣ୍ଟକୁ ବହୁମତ ମଳିଛି । ଆଉ ଏହା ସହ ଏନସି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏନେଇ ତାଙ୍କ ପିତା ଏବଂ ଏନସି ମୁଖ୍ୟ ଫାରୁକ ଅବଦୁଲ୍ଲା ଘୋଷଣା କରିଛନ୍ତି । 

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.