ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଦୁଃଖରେ ବଦଳି ଗଲା ଖୁସି , ଲଡୁ-ଜଲେବି ଗାଏବ ; ଏମିତି ବଦଳି ଗଲା କଂଗ୍ରେସ ଅଫିସର ଚିତ୍ର

ନୂଆଦିଲ୍ଲୀ –ହରିଆଣା ବିଧାନସଭା ନିର୍ବାଚନର ଫଳ ସାମନାକୁ ଆସିଛି। ବିଜେପି ଲଗାତାର ୩ୟ ଥର ସରକାର ଗଢିବାକୁ ଯାଉଛି। ଏହି ମଧ୍ୟରେ ମଙ୍ଗଳବାର ସକାଳେ କଂଗ୍ରେସ ପାଇଁ ଖୁସିର ମାହୋଲ ହଠାତ୍‌ ଦୁଃଖରେ ବଦଳି ଗଲା, କାରଣ ସକାଳେ କଂଗ୍ରେସ ମୁଖ୍ୟାଳୟରେ ଉତ୍ସବର ମାହୋଲ ଥିଲା। କିନ୍ତୁ ଦ୍ୱିପ୍ରହର ସୁଦ୍ଧା ମାହୋଲ ପରିବର୍ତ୍ତନ ହୋଇଗଲା। ହରିଆଣା ବିଧାନସଭା ନିର୍ବାଚନର ଟ୍ରେଣ୍ଡ ଆସିବା ପରେ ଜଣାପଡ଼ିଲା କି କଂଗ୍ରେସ ଶକ୍ତ ପରାଜୟ ଆଡ଼କୁ ବଢି ଚାଲିଛି। 

ଭୋଟ୍‌ ଗଣନା ଆରମ୍ଭ ହେବା ସହ ହିଁ ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ିଲା କି କଂଗ୍ରେସ ହରିଆଣା ନିର୍ବାଚନରେ ବଡ଼ ବିଜୟର ରାସ୍ତାରେ। ଏମିତି ହିଁ କିଛି ଏଗଜିଟ୍‌ ପୋଲରେ ମଧ୍ୟ ଅନୁମାନ ଲଗାଯାଇ ଥିଲା। ପାର୍ଟି କାର୍ଯ୍ୟକର୍ତ୍ତା ଦିଲ୍ଲୀ ସ୍ଥିତ ୨୪ ଅକବର ରୋଡ୍‌ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ବାଣ ଫୁଟାଇବା ଓ ଜଲେବି ତଥା ଲଡୁ ବାଣ୍ଟିବା ଦେଖିବାକୁ ମିଳିଥିଲା। ସକାଳ ସମୟ ପାଖାପାଖି ୯ଟାରେ ଯେବେ ଟ୍ରେଣ୍ଡ ଆସିବାକୁ ଲାଗିଲା ପାର୍ଟି ଆଗରେ ଚାଲୁ ଥିଲା, ଏହାକୁ ନେଇ ପାର୍ଟି ମୁଖ୍ୟାଳୟରେ ଢୋଲ-ମୃଦଙ୍ଗ ବାଜିବାକୁ ଲାଗିଲା। ହେଲେ ସକାଳ ୧୦ଟା ପରେ ଯେବେ ଟ୍ରେଣ୍ଡରେ ବିଜେପି ଫେରିବାର ଦେଖାଗଲା, ତ ମୁଖ୍ୟାଳୟରେ ଦୁଃଖର ମାହୋଲ ଦେଖାଗଲା ଏବଂ ଢୋଲ-ମୃଦଙ୍ଗ ତଥା ମିଠେଇ ସବୁ ଗାଏବ ହୋଇଗଲା।

କଂଗ୍ରେସର ନେତା ମୁଖ୍ୟାଳୟରେ ସ୍ଥାନେ ସ୍ଥାନେ ମିଡ଼ିଆକୁ ବାଇଟ୍‌ ଦେବାର ଦେଖିବାକୁ ମିଳି ଥିଲା, ତାଙ୍କର ତର୍କ ଥିଲା କି ଦ୍ୱିପ୍ରହର ୧ଟା ଯାଏ ଟ୍ରେଣ୍ଡ ବଦଳି ଯିବ, କିନ୍ତୁ ଏମିତି ହେଲା ନାହିଁ। କଂଗ୍ରେସ କ୍ୟାଣ୍ଟିନରେ ସବୁଦିନ ପରି ଗହଳି ଚହଳି ଥିଲା , କିନ୍ତୁ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମୁହଁରେ ନିରାଶର ସ୍ପଷ୍ଟ ଝଲକ ଥିଲା। ଜଣେ କ୍ୟାଣ୍ଟିନ କର୍ମଚାରୀ ଦୁଃଖ ପ୍ରକାଶ କରି ଥିଲେ କି, ସେ ପକୁଡି ଓ ପୁରି ଭଳି ସ୍ୱତନ୍ତ୍ର ବ୍ୟଞ୍ଜନ ପ୍ରସ୍ତୁତ କରି ଥିଲେ। କିନ୍ତୁ ହରିଆଣା ନିର୍ବାଚନରେ ହୋଇଥିବା ଓଲଟପାଲଟ କାରଣରୁ କେହି ବି ତାକୁ ନେବାକୁ ଆସି ନଥିଲେ। ଖୁବ୍‌ ଶୀଘ୍ର ଏଆଇସିସି ମୁଖ୍ୟାଳୟରେ ନିରାଶ ବ୍ୟାପି ଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.