ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ହରିଆଣାରେ ବିଜେପିକୁ ବହୁମତ , କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି

ହରିଆଣାରେ : ହରିଆଣାରେ ବିଜେପିକୁ ମିଳିଛି ବହୁମତ। ହରିଆଣାର ନିର୍ବାଚନ ଫଳାଫଳ ଏଗଜିଟ୍‌ ପୋଲର ଆକଳନକୁ ଫେଲ୍‌ କରି ଦେଇଛି। ଅଧିକାଂଶ ଏଗଜିଟ୍ ପୋଲ୍‌ରେ ହରିଆଣାରେ କଂଗ୍ରେସ ବିଜୟର ଭବିଷ୍ୟବାଣୀ କରାଯାଇଥିଲା। ହେଲେ ବିଜେପି ବଡ଼ ବିଜୟ ଆଡକୁ ଗତି କରୁଛି। କ୍ୟାଥଲରୁ ରଣଦୀପ ସିଂହ ସୁରଜେୱାଲାଙ୍କ ପୁଅ ଆଦିତ୍ୟ ସୁରଜେୱେଲା ବିଜୟୀ ହୋଇଛନ୍ତି। ଲାଡୱା ସିଟ୍‌ରୁ ମୁଖ୍ୟମନ୍ତ୍ରୀ ନାୟବ ସୈନୀ ଜିତିଛନ୍ତି। ହରିଆଣାର ମନ୍ତ୍ରୀ ଅନିଲ ଭିଜ୍‌ ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲୁଥିଲେ। ହେଲେ ସେ ମଧ୍ୟ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିଛନ୍ତି।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ୍ ଆଜି ସନ୍ଧ୍ୟାରେ ନୂଆ ଦିଲ୍ଲୀରେ ବିଜେପି ହେଡକ୍ୱାଟରରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବେ। ବିଜେପି ଉତ୍ସବ ପାଳନ ପାଇଁ ୧୦୦ କିଲୋ ଜଲିବିର ଅର୍ଡର ଦେଇଛି। ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଏହି ବିଜୟର ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି। 

ଲୋକସଭା ନିବାର୍ଚନ ପରେ ହରିଆଣାରେ ବିଧାନସଭା ନିର୍ବାଚନ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରଥମ ବଡ଼ ସିଧା ମୁକାବିଲା ଥିଲା। ଏହି ନିର୍ବାଚନର ଫଳର ବ୍ୟବହାର ବିଜେତାଙ୍କ ଦ୍ୱାରା ଅନ୍ୟ ରାଜ୍ୟରେ ନିଜ ପକ୍ଷରେ ମାହୋଲ ତିଆରି କରିବା ପାଇଁ କରାଯିବ, ଯେଉଁଠି  ଆଉ କିଛି ମାସରେ ନିର୍ବାଚନ ହେବ। ହରିଆଣାର ୯୦ ସିଟ୍‌ରେ ୪୬୪ ନିର୍ଦଳୀୟ ଓ ୧୦୧ ମହିଳାଙ୍କ ସହିତ ମୋଟ ୧,୦୩୧ ପ୍ରାର୍ଥୀ ମୈଦାନରେ ଥିଲେ । ଏହି ସବୁ ସିଟ୍‌ରେ ୫ ଅକ୍ଟୋବରରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଅନେକ ଏଗଜିଟ୍‌ ପୋଲ ହରିଆଣାରେ କଂଗ୍ରେସର ବିଜୟ ନେଇ ଅନୁମାନ କରିଥିଲେ। ଏହିଥର ହରିଆଣାରେ ୬୭.୯୦ ପ୍ରତିଶତ ମତଦାନ ହୋଇ ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.