ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଅଯୋଧ୍ୟା ଏବଂ ବଦ୍ରିନାଥରେ ମିଳିଥିଲା ବିଜେପିକୁ ପରାଜୟ, ଜମ୍ମୁ – କଶ୍ମୀରରେ ମାତା ବୈଷ୍ଣୋ ଦେବୀଙ୍କ ମିଳିଲା ଆଶୀର୍ବାଦ

ନୂଆଦିଲ୍ଲୀ, ୮/୧୦ : ଜମ୍ମୁ- କଶ୍ମୀରର ୯୦ ବିଧାନସଭା ସିଟରେ ହୋଇଥିବା ନିର୍ବାଚନର ମତଗଣନା ଜାରି ରହିଛି । ଏହା ମଧ୍ୟରେ ରାଜ୍ୟର ଶ୍ରୀ ମାତା ବୈଷ୍ଣୋ ଦେବୀ ସିଟର ରେଜଲ୍ଟ ଜାରୀ ହୋଇଯାଇଛି। ଏହି ସିଟରେ ବିଜେପି ପ୍ରାର୍ଥୀ ବଳଦେବ ରାଜ ଶର୍ମା ୧୯୯୫ଖଣ୍ଡ ଭୋଟରେ ବିଜୟ ହାସଲ କରିଛି । ଏହି ସିଟରେ ନିର୍ଦ୍ଦଳୀୟ ପ୍ରାର୍ଥୀ ଜୁଗଳ କିଶୋର ଦ୍ବିତୀୟ ନମ୍ବରରେ ଅଛନ୍ତି । 

ଜମ୍ମୁ- କଶ୍ମୀରର ଶ୍ରୀ ମାତା ବୈଷ୍ଣୋ ଦେବୀ ସିଟରେ ବିଜେପି ପ୍ରାର୍ଥୀ ବଳଦେବ ଶର୍ମାଙ୍କୁ ୧୮୧୯୯ଭୋଟ ମିଳିଥିଲା ଏବଂ ଏହି ସିଟରେ ଦ୍ବିତୀୟ ନମ୍ବରରେ ରହିଥିବା ନିର୍ଦଳୀୟ ପ୍ରାର୍ଥୀ ଜୁଗଳ କିଶୋରଙ୍କୁ ୧୬୨୦୪ଭୋଟ ଏବଂ ତୃତୀୟ ନମ୍ବରରେ କଂଗ୍ରେସ ପ୍ରାର୍ଥୀ ଭୁପେନ୍ଦ୍ର ସିଂହଙ୍କୁ ୫୬୫୫ଭୋଟ ମିଳିଥିଲା । ବିଜେପି ଲାଗି ଜମ୍ମୁ- କଶ୍ମୀରର ଶ୍ରୀ ମାତା ବୈଷ୍ଣୋ ଦେବୀ ସିଟ୍ ବହୁ ଗୁରୁତ୍ବପୂର୍ଣ୍ଣ ଥିଲା କାରଣ ଲୋକସଭା ନିର୍ବାଚନ ୨୦୨୪ରେ ଅଯୋଧ୍ୟା ଏବଂ ଉତ୍ତରାଖଣ୍ଡ ଉପନିର୍ବାଚନରେ ବଦ୍ରିନାଥ ସିଟରେ ବିଜେପିକୁ ପରାଜୟ ମିଳିଥିଲା । ଏବେ ଏହି ସିଟରେ ବିଜେପିର ବିଜୟ ହୋଇଛି ।

ଏହି ସିଟ୍ ଜମ୍ମୁ ଅଞ୍ଚଳର ରିୟାସୀ ଜିଲ୍ଲାରେ ପଡ଼ିଥାଏ ଏବଂ ୨୫ସେପ୍ଟେମ୍ବରରେ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଏହି ସିଟରେ ମତଦାନ ହୋଇଥିଲା । ବିଜେପିକୁ ଏହି ସିଟରେ ସହଜରେ ବିଜୟର ଆଶା ଥିଲା କାରଣ ଏହି ସିଟ ହିନ୍ଦୁ ସାଂସ୍କୃତିକ ପରମ୍ପରା ସହ ଯୋଡ଼ି ହୋଇ ଅଛି । ମାତ୍ର ଲୋକସଭା ନିର୍ବାଚନ ସମୟରେ ବିଜେପିକୁ ଅଯୋଧ୍ୟାରେ ଏହିଭଳି ଭାବେ ଫଳାଫଳ ଆଶା ଥିଲା । ଯେଉଁଠାରେ ରାମ ମନ୍ଦିରର ଘର ଅଟେ, କିନ୍ତୁ ସମାଜବାଦୀ ପାର୍ଟିର ଅବଧେଶ ପ୍ରସାଦ ଦ୍ବାରା ଫୈଜାବାଦ ସିଟ ବିଜେପିକୁ ହରାଇ ଦେଇଥିଲା । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.