ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଆରଜି କର ହସ୍ପିଟାଲରେ ଥମୁନି ବିବାଦ, ଏବେ ୫୦ ସିନିଅର ଡାକ୍ତରଙ୍କ ସାମୁହିକ ଇସ୍ତଫା

କୋଲକତା,୮।୧୦: କୋଲକତା ଆରଜି କର ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିବାଦ ଥମୁନି। ହସ୍ପିଟାଲ ବାହାରେ ଜୁନିଅର ଡାକ୍ତରଙ୍କ ଅନଶନ ଜାରି ରହିଛି। ତାଙ୍କ ସମର୍ଥନରେ ଆଜି ୫୦ ସିନିଅର ଡାକ୍ତର ମଧ୍ୟ ଇସ୍ତଫା ଦେଇଛନ୍ତି। ଜୁନିଅର ଡାକ୍ତରଙ୍କ ଫ୍ରଣ୍ଟ(ଡବ୍ଲୁବିଜେଡିଏଫ୍)ମହିଳା ଡାକ୍ତରଙ୍କ ପାଇଁ ନ୍ୟାୟ ଓ କିଛି ଶୀର୍ଷ ଅଧିକାରୀଙ୍କୁ ହଟାଇବାର ଦାବିରେ ଅନଶନରେ ବସିଛନ୍ତି। 

ଆରଜିକର ହସ୍ପିଟାଲ ସିନିଅର ଡାକ୍ତରଙ୍କ କହିବା ଅନୁସାରେ, ସାମୁହିକ ଇସ୍ତଫାର ନିଷ୍ପତ୍ତି ଏଥିପାଇଁ ନିଆଗଲା କାରଣ ଆମ ପିଲାଙ୍କୁ ବଞ୍ଚାଇବା ଓ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।’ ଏହା ପର୍ବରୁ ଆଜି ପ୍ରାୟ ୧୫ ବରିଷ୍ଠ ଡାକ୍ତର ନିଜର କନିଷ୍ଠ ଡାକ୍ତରଙ୍କ ସହ ଏକାଠି ହୋଇ ସାଙ୍କେତିକ ଅନଶନରେ ବସିଥିଲେ। ଜୁନିଅର ଡାକ୍ତରଙ୍କ ଏହି ଆନ୍ଦୋଳନ କୋଲକାତା ଦୁର୍ଗାପୂଜା ଉତ୍ସବ ବେଳେ ହୋଇଛି। ଏହି ଜଘନ୍ୟ ଘଟଣା କାରଣରୁ ରାଜ୍ୟରେ ପର୍ବର ଉତ୍ସାହ ଫିକା ପଡି ଯାଇଛି। 

ପଶ୍ଚିମବଙ୍ଗର ମୁଖ୍ୟ ସଚବି ମନୋଜ ପନ୍ତ ସୋମବାର ଆଶ୍ବାସନା ଦେଇଛନ୍ତି ଯେ, ରାଜ୍ୟ ମେଡିକାଲ କଲେଜରେ ଥିବା ୯୦% ପ୍ରୋଜେକ୍ଟ ଆଗାମୀ ମାସ ପର୍ଯ୍ୟନ୍ତ ପୂରଣ ହୋଇଯିବ। ସେ ପ୍ରଦର୍ଶନକାରୀ ଡାକ୍ତରଙ୍କୁ କାମରେ ଫେରିବାକୁ ଅପିଲ କରିଛନ୍ତି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.