ପାରାଦୀପ ୦୮/୧୦: ପାରାଦୀପ ବନ୍ଦରରେ ଅଘଟଣ । ପୋର୍ଟର ଏମ୍ପିବି ବର୍ଥରେ ପଣ୍ୟ କାଢୁଥିବା ବେଳେ ଛିଡିଗଲା କ୍ରେନ୍ର ଚେନ୍ । ଜାହାଜ କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । କ୍ରୋନ୍ ଅପରେଟର ଗୁରୁତର।
ସୂଚନା ଅନୁଯାୟୀ, ପାରାଦୀପ ବନ୍ଦରର ଏମ୍ପିବି ବର୍ଥରେ ଏଏନଏମଏସ ମହାଲକ୍ଷ୍ମୀ ଜାହାଜ ପଣ୍ୟ କଢାଯାଉଥିଲା । କ୍ରେନ୍ ସହାୟତାରେ ପଣ୍ୟ କଢାଯାଉଥିବା ବେଳେ ହଠାତ୍ କ୍ରେନ୍ର ଚେନ୍ ଛିଣ୍ଡିଯାଇଥିଲା। ଯାହାଫଳରେ କ୍ରେନର ଲମ୍ବା ଲୁହା ବୁମ୍ ପଡି ଜାହାଜର କ୍ଷତିଗ୍ରସ୍ତ ହୋଇଛି । ଏହାସହିତ କ୍ରୋନ୍ ଅପରେଟର ଗୁରୁତର ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ତେବେ କ୍ରେନ୍ଟି ବୋଥ୍ରା କମ୍ପାନୀର ବୋଲି ଜଣାପଡିଥିବା ବେଳେ କମ୍ପାନୀର ଅବହେଳା ଯୋଗୁଁ ଏଭଳି ଘଟିଥିବା ଅଭିଯୋଗ ହୋଇଛି। ମେସିନ ଗୁଡିକା ସଠିକ ମେଣ୍ଟେନାନ୍ସ କରାଯାଉନଥିବାରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି।