ପ୍ରମୂଖ ଖବର
  • ଜାଡରେ ଥରୁଛି ଲମତାପୁଟ, ୬ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଶୀତରେ ଥରୁଛି ଦାରିଙ୍ଗବାଡି, ବଣ ଭୋଜି କରି ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ପାଟଣା : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍‌ ଭ୍ୟାନ୍, ଗାଡ଼ିରୁ କୁକୁଡ଼ା ବୋହିନେଲେ ଲୋକେ
  • ||
  • ସରିଲା ଐତିହାସିକ କଟକ ବାଲିଯାତ୍ରା, ଅନ୍ତର୍ଜାତୀୟ ଛୁଙ୍କ ଦେବାରେ ଆୟୋଜକଙ୍କୁ ସଫଳତା
  • ||
  • ଲକ୍ଷ୍ମଣନାଥ ଟୋଲ ପ୍ଲାଜାକୁ ଧକ୍କା ଦେଇ ଜଳିଗଲା କଣ୍ଟେନର, ଜୀବନ୍ତ ଦଗ୍ଧ ହେଲେ ଡ୍ରାଇଭର
  • ||
  • ୧୫ ଡିଗ୍ରୀ ତଳେ ୧୩ ସହର ତାପମାତ୍ରା, ଆହୁରି ଖସିବ ପାରଦ: ରାଉରକେଲାରେ ଘନ କୁହୁଡ଼ି
  • ||

ପିଇବା ପାଣିକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ଗଣ୍ଡଗୋଳ, ଦୁଇ ମାମଲା ରୁଜୁ

ଧରାକୋଟ,୨୧/୧୧ :  ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଗୋର ଗ୍ରାମରେ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ଆସୁଥିବା ପାଣି ଓ ଭଙ୍ଗା ଟ୍ୟାପକୁ ନେଇ ଉଭୟ ପଡୋଶୀଙ୍କ ମଧ୍ୟରେ ବଚସାରୁ ଗଣ୍ଡଗୋଳକୁ ନେଇ ଉଭୟଙ୍କ ପକ୍ଷରୁ ଥାନାରେ ଦୁଇ ଗୋଟି ପୃଥକ ପୃଥକ ଭାବେ ୩୮୮/୨୪ ଓ ୩୮୯/୨୪ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ବିବରଣୀ ଅନୁଯାୟୀ ଗ୍ରାମର କୈଳାସ ସେଠୀଙ୍କ ସ୍ତ୍ରୀ ଝିଲି ତାଙ୍କ ଘର ଆଗରେ ଥିବା ପାଣି ଟ୍ୟାପରେ କ’ଣ ପାଇଁ ପାଣି ଆସୁନଥିବା ଦେଖିବା ପରେ ଟ୍ୟାପ ଗୋଟି ଭାଙ୍ଗି ଯାଇଥିବା ଯୋଗୁଁ ପଡୋଶୀ ଲୋକନାଥ ବେହେରାଙ୍କୁ ପଚାରିବାରୁ ଏ ନେଇ ବଚସାରୁ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । 

ଏଥିରେ ଲୋକନାଥ ସେଠୀ ଓ ତାଙ୍କ ପୁଅ ରାକେଶ ଝିଲିକୁ ମାଡ ମାରିଥିଲେ । ଫଳରେ ଝିଲିଙ୍କର ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିବାରୁ ତାଙ୍କ ସ୍ଵାମୀ କୈଳାସ ତାଙ୍କୁ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପକ୍ଷରେ ଲୋକନାଥ ବେହେରାଙ୍କ ପକ୍ଷରୁ ମଧ୍ୟ ଏହି ଘଟଣାକୁ ନେଇ ଧରାକୋଟ ଥାନାରେ ଅଭିଯୋଗ କରାଯାଇଛି । ଉଭୟ ଅଭିଯୋଗ ମିଳିବା ପରେ ଏହି ଘଟଣାକୁ ନେଇ ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.