କଟକ ୨୩/୧୧: ସରି ସରି ଆସୁଛି କଟକର ଐତିହାସିକ ବାଲିଯାତ୍ରାର ଅବଧି । ଉଭୟ ଉପର ଓ ତଳ ପଡ଼ିଆ ଲୋକାରଣ୍ୟ । ବିଭିନ୍ନ ପ୍ରକାର ଜିନିଷ କିଣାକିଣି ସାଙ୍ଗକୁ ରକମ ରକମର ସୁସ୍ୱାଦୁ ଖାଦ୍ୟ ପାଇଁ ଷ୍ଟଲ୍ରେ ଲମ୍ବାଧାଡ଼ି । କେବଳ ସେତିକି ନୁହେଁ, ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୂର ମଜା ଉଠାଇବାକୁ ସମସ୍ତେ ବ୍ୟଗ୍ର । ମଞ୍ଚ ଆଗରେ ଲାଗିବ ଅସମ୍ଭବ ଗହଳି। ଶେଷ ସନ୍ଧ୍ୟାରେ ବାଲିଯାତ୍ରାର ମଜା ନେବେ ରାଜ୍ୟବାସୀ। ପୂର୍ବରୁ ଓଡ଼ିଶା ସରାକର ବାଲିଯାତ୍ରାକୁ ଗୋଟିଏ ଦିନ ଅବଧି ବୃଦ୍ଧି କରିଥିଲେ । ଯାହା ଶନିବାର ଶେଷ ହେବ। ପୁଣି ଆର ବର୍ଷକୁ ଅପେକ୍ଷା।
ମହାରାଷ୍ଟ୍ରରେ ମହାୟୁତି ସରକାର: ଏକାଠି ବସି ରାଜ୍ୟବାସ...