ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଦଶହରାରେ ଜମିବ ରାଜନୈତିକ ମାହୋଲ୍‌: ସପ୍ତମୀରେ ନବୀନ, ନବମୀରେ ବୁଲିବେ ମୋହନ

କଟକ,୦୮/୧୦: ଏଥର କଟକ ଦୁର୍ଗାପୂଜାରେ  ରାଜନୈତିକ ମାହୋଲ ଜମିବ । ତିନି ପ୍ରମୁଖ  ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର  ପ୍ରମୁଖ ନେତାମାନେ ବିଭିନ୍ନ ପୂଜା ମଣ୍ଡପ ବୁଲିବାର  କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା  ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ  ନେତା ଓ କର୍ମୀଙ୍କ ସହ ବିଭିନ୍ନ ପୂଜା ମଣ୍ଡପ ବୁଲିବେ ।  ସେହିପରି ବାରବାଟୀ-କଟକ ବିଧାୟିକା ସୋଫିଆ  ଫିର୍‌ଦୋସ୍‌, ବରିଷ୍ଠ ନେତା ଇଂ. ମହମ୍ମଦ ମୋକିମ୍‌ ଓ  କଂଗ୍ରେସର କିଛି ରାଜ୍ୟ ସ୍ତରୀୟ ନେତୃବର୍ଗ ମଧ୍ୟ କଟକ  ଦଶହରା ବୁଲିବେ ବୋଲି ସୂଚନା ମିଳିଛି । ଏଥିପାଇଁ  ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହେଲାଣି ।  

ବୁଧବାର ମହାଷଷ୍ଠୀ ଠାରୁ କଟକରେ ଦଶହରା ମହାପର୍ବ ଆରମ୍ଭ ହେବାକୁ ଯାଉଛି । ପୂଜାକୁ ନେଇ ସହରବାସୀଙ୍କ ମଧ୍ୟରେ ଉତ୍ସାହ ବି ରହିଛି। ଏହି ମହାପର୍ବରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ସାମିଲ୍‌ ହେବାକୁ ଯାଉଛନ୍ତି । ୧୦ ତାରିଖ ସପ୍ତମୀ ଅବସରରେ  ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଗାମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘ ବର୍ଷ ପରେ କଟକ ଦୁର୍ଗାପୂଜା ବୁଲିବାକୁ ଆସିବେ ନବୀନ । ସ୍ୱାସ୍ଥ୍ୟଗତ ସମସ୍ୟା ଲାଗି ସେ ଗତ କିଛି ବର୍ଷ  ଧରି ଦୁର୍ଗାପୂଜା ଦେଖିବାକୁ କଟକ ଆସୁନଥିଲେ । କିନ୍ତୁ ଚଳିତବର୍ଷ ସେ କଟକ ଦଶହରା ଦେଖିବାକୁ ଇଚ୍ଛା ପ୍ରକାଶ  କରିଥିବା ଜଣାପଡିଛି । ନବୀନ ୧୦ତାରିଖ ଦିନବେଳା ଯୋବ୍ରା ଦୁର୍ଗାପୂଜା ମଣ୍ଡପରୁ ଦଶହରା ବୁଲା କାର୍ଯ୍ୟକ୍ରମ ଆରମ୍ଭ କରିବେ । ପରେ ତୁଳସୀପୁର ଓ କନିକାରୋଡ୍‌-ରାମଗଡ଼ଠାରେ ହେଉଥିବା ନୂଆ ଚାନ୍ଦିମେଢ ଦେଖିବାକୁ  ଆସିବେ । ପଛକୁ ପଛ ଚାନ୍ଦିନୀଚୌକ, ଖାନନଗର,  ଗୋପାଳପୁର ମଣ୍ଡପ ସହିତ ଆଉ କିଛି ମଣ୍ଡପ ବୁଲିବାର  ଯୋଜନା ରହିଥିବା ସୂଚନା ମିଳିଛି । ନବୀନଙ୍କୁ କଟକକୁ  ସ୍ୱାଗତ କରିବାକୁ ନଗର ବିଜେଡିର ସଂଗଠନ ପ୍ରସ୍ତୁତି  ଆରମ୍ଭ କରିଛନ୍ତି । ବାଇକ୍‌ ଶୋଭାଯାତ୍ରାରେ ନବୀନଙ୍କୁ ସ୍ୱାଗତ  କରି ବିଭିନ୍ନ ପୂଜା ମଣ୍ଡପ ବୁଲାଇବେ ବିଜେଡି କର୍ମୀ ।  

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଷ୍ଟମୀ  କିମ୍ବା ନବମୀ ଅବସରରେ କଟକ ଆସିବାର କାର୍ଯ୍ୟକ୍ରମ  ରହିଛି । ନବମୀରେ ଆସିବା ଏକପ୍ରକାର ଚୂଡାନ୍ତ ବୋଲି  କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ନଗର  ବିଜେପି ତରଫରୁ ବ୍ୟାପକ ଆୟୋଜନ କରାଯାଉଛି । ବିଜେପିର ବରିଷ୍ଠ ନେତା, କର୍ମୀମାନେ ଏକାଠି ହୋଇ  ମୁଖ୍ୟମନ୍ତ୍ରୀଙ୍କୁ କଟକରେ ସ୍ୱାଗତ କରିବା ସହ ତାଙ୍କୁ  ବିଭିନ୍ନ ପୂଜା ମଣ୍ଡପ ବୁଲାଇବେ । କିଛି ପୂଜା ମଣ୍ଡପରେ  ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବାର କାର୍ଯ୍ୟକ୍ରମ  ବି ରହିଛି । ଶିଖରପୁର, ରାମଗଡ଼-କନିକାଛକ, ତୁଳସୀପୁର, ଚାନ୍ଦିନୀଚୌକ ଭଳି ବିଭିନ୍ନ ପୂଜା ମଣ୍ଡପକୁ  ଆସି ମୁଖ୍ୟମନ୍ତ୍ରୀ ମା’ଙ୍କ ଦର୍ଶନ କରିବେ । ମୁଖ୍ୟମନ୍ତ୍ରୀଙ୍କ  ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କଟକ ଦଶହରା  ବୁଲିବାକୁ ଆସିବାର କାର୍ଯ୍ୟକ୍ରମ ରହିଛି । ଏ ବାବଦରେ  ଯଦିଓ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ, ତଥାପି କେନ୍ତ୍ରମନ୍ତ୍ରୀଙ୍କୁ  ମଧ୍ୟ କଟକକୁ ସ୍ୱାଗତ କରିବାକୁ ଯୋଜନା କରାଯାଉଛି ।  ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ପଛରେ ପଡିବ ନାହିଁ ।  ପୂର୍ବତନ ବିଧାୟକ ଇଂ. ମହମ୍ମଦ ମୋକିମ୍‌, ବିଧାୟିକା  ସୋଫିଆ ଫିର୍ଦ୍ଦୋସ ନବମୀ ଅବସରରେ ବିଭିନ୍ନ ପୂଜା  ମଣ୍ଡପ ବୁଲିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.