ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ହାଇକୋର୍ଟରେ ହାଜର ହେଲେ ଏଡିଜି ଦୟାଲ ଗଙ୍ଗ୍ୱାର, କହିଲେ ୧୫ ଦିନରେ ୧୩ଟି ଥାନାରେ ଲାଗିବ ସିସିଟିଭି

କଟକ ୦୮/୧୦: ବହୁର୍ଚ୍ଚିତ ଭରତପୁର ଥାନା ବିବାଦ ମାମଲା। ହାଇକୋର୍ଟ ଶୁଣାଣି ବେଳେ ହାଜର ହେଲେ ଏଡିଜି ଦୟାଲ ଗଙ୍ଗ୍ୱାର। ବ୍ୟକ୍ତିଗତ ଭାବେ ହାଜର ହୋଇ ଉତ୍ତର ରଖିଲେ ADG। ଥାନା ଗୁଡିକରେ ସିସିଟିଭି ଲଗାଯିବ ନେଇ ଦାଖଲ କଲେ ରିପୋର୍ଟ। କହିଲେ ୧୩ଟି ଥାନାରେ ସିସିଟିଭି ନାହିଁ। ୧୫ ଦିନ ଭିତରେ ସେସବୁ କାର୍ଯ୍ୟକ୍ଷମ ହେବ। ଏଥିସହିତ ୧୫ ଦିନ ଭିତର ସମସ୍ତ  ଭିଡିଓ ମ୍ୟାନେଜମେଣ୍ଟ ସିଷ୍ଟମ କାର୍ଯ୍ୟକରିବ। ସବୁ ଥାନାର ସିସିଟିଭି କନେକସନ୍ ଏସ୍‌ପି ଅଫିସରେ ରହିବ।ଏହାଦ୍ବାରା ଏସ୍‌ପି ନିଜେ ସବୁ ଥାନାର ସ୍ଥିତି ଦେଖିପାରିବେ।

ସେହିପରି  ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠ ଅନୁଯାଇ ଥାନାରେ ପୋଲିସ ବ୍ୟବହାର ସମ୍ପର୍କରେ ଏସ୍‌ଓପି ଜାରି ହେବ। ସେନା ଅଧିକାରୀମାନଙ୍କୁ କିପରି ବ୍ୟବହାର କରାଯିବ ସେଥିପାଇଁ ଆସିବ ଗାଇଡ୍‌ଲାଇନ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.