ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଦୁଇ ଛୁଆଙ୍କୁ କାମୁଡ଼ି ରକ୍ତାକ୍ତ କଲା ସିଂହୀ ବିଜ୍‌ଲୀ, ଚିକିତ୍ସା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ

ବାରଙ୍ଗ,୦୮/୧୦: ନନ୍ଦନକାନନରେ ସିଂହୀ ବିଜ୍‌ଲୀ ଦୁଇ ଛୁଆଙ୍କୁ କାମୁଡ଼ି  ଗୁରୁତର କରିଛି । ସେମାନଙ୍କୁ ଚିକିତ୍ସା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି ।  

ଗତ ଅଗଷ୍ଟ ୨୯ରେ ୯ବର୍ଷିୟା ଏହି ସିଂହୀଟି ୫ଟି ଛୁଆ ଜନ୍ମ ଦେଇଥିଲା । ସେଥିରୁ  ଦୁଇଟି ଛୁଆ ଆଖି ବୁଜିଥିଲେ । ଅନ୍ୟ ୩ଟି ମଧ୍ୟରୁ ରବିବାର ଦୁଇଟି ଛୁଆଙ୍କୁ  ବିଜ୍‌ଲୀ କାମୁଡ଼ି ପକାଇଥିଲା । ମା’ର ଦାନ୍ତ ବାଜି ଦୁଇ ଛୁଆ ଗୁରୁତର ହେବା ଜାଣିବା  ପରେ ଆନିମଲ କିପର ସେମାନଙ୍କୁ ମା’ଠାରୁ ଅଲଗା କରିଛନ୍ତି । ଗୋଟିଏର ଚମଡ଼ା ଫାଡ଼ି ହୋଇଯାଇଥିବାରୁ ଅସ୍ତ୍ରୋପଚାର କରାଯାଇଛି ।

 ବିଜ୍‌ଲୀ ୪ ଥରରେ ୧୪ଟି  ଛୁଆ ଜନ୍ମ ଦେଲାଣି । ସେଥିରୁ ୫ଟିର ମୃତ୍ୟୁ ହୋଇଛି । ଦୁଇଟି ଶାବକ ବର୍ଷା ଓ  କାମିନୀକୁ ଜନ୍ମ ଦେବା ପରେ ଗ୍ରହଣ ନକରିବାରୁ ସେମାନଙ୍କୁ ଶିଶୁ ଲାଳନ ପାଳନ  କେନ୍ଦ୍ରରେ ପାଳନ କରାଯାଇଥିଲା । ବାକି ୪ଟି ଛୁଆ ମା’ ପାଖରେ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.