ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୀର୍ତ୍ତିମାନ, ଓଡ଼ିଆରେ ଡାକ୍ତରୀ ପୁସ୍ତକ ପାଇଁ ଖସଡ଼ା ପ୍ରସ୍ତୁତ

ଭୁବନେଶ୍ୱର,୦୮/୧୦: ମଙ୍ଗଳବାର ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ୫୪ଜଣ ଜୁନିୟର ଆସିଷ୍ଟାଣ୍ଟ ଅଫିସର ନିଯୁକ୍ତି ପାଇବେ । ସେମାନେ ବିଶ୍ୱବିଦ୍ୟାଳୟର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବେ । ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାକୁ ଯେଉଁ  ଭିଜନ୍‌ ରହିଛି ତାହାକୁ ଆଗେଇ  ନେବେ ବୋଲି ସୂଚନା ମିଳିଛି ।  ଅନ୍ୟପଟରେ ଓଡ଼ିଆ ଭାଷାରେ ଡାକ୍ତରୀ  ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ ନେଇ ଆଉ  ପାଦେ ଆଗେଇଛି । ଆଉ ୧୦ ଦିନରେ ଏମ୍‌ବିବିଏସ୍‌ ପରୀକ୍ଷା ଫଳ ପ୍ରକାଶ  କରି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ।  

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ  ସାହୁ କହିଛନ୍ତି, ଓଡ଼ିଆ ଭାଷାରେ ଡାକ୍ତରୀ ପାଠ୍ୟକ୍ରମ ପୁସ୍ତକ ପ୍ରସ୍ତୁତ କରାଯିବ । ଏଥିପାଇଁ  କମିଟି ଗଠିତ ହୋଇଛି । ଏହା ଭିତରେ କମିଟିର ୨ଟି ବୈଠକ ବସିବା ପରେ ଏକ  ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହିପାଇଁ ୧ କୋଟିରୁ ଊଦ୍ଧ୍ୱର୍ ଅର୍ଥ ବ୍ୟୟବରାଦର ପ୍ରସ୍ତାବ  ରହିଛି । ଯେଉଁ ବହିଗୁଡ଼ିକୁ ଅନୁବାଦ କରାଯିବ କପି ରାଇଟ୍ସ ସମ୍ବନ୍ଧୀୟ ନିୟମ ପାଇଁ  ଆଇନ ବିଭାଗ ପଠାଯାଇଛି । ଭାଷା ଅନୁବାଦ ପାଇଁ ଓଡ଼ିଆ ଭାଷା ପ୍ରତିଷ୍ଠାନ ସହଯୋଗ  କରିବ । ଏଥିରେ ୨୦ ଜଣ ଅନୁବାଦକ ସେମାନଙ୍କ ଏକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।  

ପ୍ରଫେସର ସାହୁ କହିଛନ୍ତି, ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାପନ  ପରେ ପ୍ରଥମ ଥର ପାଇଁ ଏମ୍‌ବିବିଏସ୍‌ ଫଳ ୧୦ଦିନ ଭିତରେ ପ୍ରକାଶିତ ହେଲା ।  ସେପ୍ଟେମ୍ବର ୨୧ରେ ପରୀକ୍ଷା ହେବା ପରେ ଅକ୍ଟୋବର ୧ରେ ଫଳ ପ୍ରକାଶ ପାଇଲା ।  ଏହା ଏକ ରେକର୍ଡ ସୃଷ୍ଟି କଲା । ପୂର୍ବରୁ ଯେଉଁ ପରୀକ୍ଷା ହେଉଥିଲା ତାହାର ଫଳ  ପ୍ରକାଶନ ପାଇଁ ୨ରୁ୩ମାସ ଲାଗୁଥିଲା । ସେତେବେଳେ ମେଡିକାଲ କଲେଜ ବିଭିନ୍ନ  ବିଶ୍ୱିବିଦ୍ୟାଳୟ ଅଧିନରେ ଥିଲା । ହେଲେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ  କାର୍ଯ୍ୟକ୍ଷମ ହେଲା ପରେ ଫଳ ପ୍ରକାଶିତ କ୍ଷେତ୍ରରେ ତତ୍ପରତା ଦେଖାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.