ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ପାଟଣାଗଡ଼ ନିର୍ବାଚନ ମାମଲା: ସମୟ ନେଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ

କଟକ, ୦୮/୧୦: ପାଟଣାଗଡ଼ ବିଧାନସଭା ନିର୍ବାଚନକୁ ଅସିଦ୍ଧ ଘୋଷଣା ପାଇଁ ରୁଜୁ ମାମଲାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ ଲିଖିତ ଜବାବ ଦାଖଲ ଲାଗି ଅଦାଲତଙ୍କଠାରୁ ସମୟ ଲୋଡ଼ିଥିଲେ । ବିଚାରପତି  ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା  ଟାଇମ୍‌ ପିଟିସନ୍‌କୁ ଗ୍ରହଣ କରି  ମାମଲାର ଶୁଣାଣି ନଭେମ୍ବର  ୨୯କୁ ଧାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ପ୍ରତିପକ୍ଷ ଜବାବ ଦାଖଲ  କରିବେ । ଶ୍ରୀ ସିଂହଦେଓଙ୍କ  ବିଧାନସଭା ସଦସ୍ୟତା ରଦ୍ଦ ପାଇଁ  ପ୍ରାର୍ଥନା କରି ପରାଜିତ ବିଜେଡି  ପ୍ରାର୍ଥୀ ସରୋଜ କୁମାର ମେହେର  ଏହି ମାମଲା ଦାଏର କରିଛନ୍ତି ।

 ଶ୍ରୀ ମେହେର ପିଟିସନ୍‌ରେ  ଉଲ୍ଲେଖ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ  ଶ୍ରୀ ସିଂହଦେଓ ନାମାଙ୍କନପତ୍ର  ଦାଖଲ ବେଳେ ଯେଉଁ ସତ୍ୟପାଠ  ଦାଖଲ କରିଛନ୍ତି ସେଥିରେ  ସମ୍ପୂର୍ଣ୍ଣ ତଥ୍ୟ ଦେଇନାହାନ୍ତି ।  ତେଣୁ ବିଧାୟକ ପଦ ରଦ୍ଦ  ପାଇଁ ଶ୍ରୀ ମେହେର ପ୍ରାର୍ଥନା  କରିଛନ୍ତି । ଶ୍ରୀ ସିଂହଦେଓଙ୍କ ପକ୍ଷରୁ ଆଇନଜୀବୀ ସୂର୍ଯ୍ୟାଂଶୀ  ଶ୍ରୀବାସ୍ତବ ନତାସା ଅଗ୍ରୱାଲ  ମାମଲା ପରିଚାଳନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.