ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି

ଭୁବନେଶ୍ୱର,୦୮/୧୦: ଏଣିକି ମନଇଚ୍ଛା ମନ୍ତ୍ରୀଙ୍କ ଓଏସ୍‌ଡି ବା ବ୍ୟକ୍ତିଗତ ସଚିବ ନିଯୁକ୍ତି  ହୋଇପାରିବନି । କୌଣସି ମନ୍ତ୍ରୀ ସୁପାରିସ କଲେ ତାଙ୍କ ପସନ୍ଦର ଅଫିସରଙ୍କୁ ଓଏସ୍‌ଡି/ବ୍ୟକ୍ତିଗତ ସଚିବ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏହା  ଉପରେ କଟକଣା ଲାଗିବ । ଏଥିପାଇଁ ଏକ ବିସ୍ତୃତ  ମାର୍ଗଦର୍ଶିକା(ଏସ୍‌ଓପି) ଆସିଛି । କେବଳ ଅତିରିକ୍ତ  ସଚିବ ବା ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ହିଁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହୋଇପାରିବେ । ଏହି ପାହ୍ୟାର ଅଧିକାରୀଙ୍କ ନାମରେ କୌଣସି ଭିଜିଲାନ୍ସ ମାମଲା ଥିଲେ ବା ତାଙ୍କ ସିସିଆର ଭଲ ନଥିଲେ ତାଙ୍କୁ ନିଯୁକ୍ତି ଦିଆଯିବନି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  

ମନ୍ତ୍ରୀଙ୍କ ଓଏସ୍‌ଡି ହେବା ପାଇଁ ସେ ଯୁଗ୍ମ ସଚିବ  ବା ଉପସଚିବ ପାହ୍ୟାର ଅଧିକାରୀ ହେବା ଦରକାର ।  ଯେଉଁ ବିଭାଗ ମନ୍ତ୍ରୀଙ୍କ ଅଧୀନରେ ଓଏସ୍‌ଡି ନିଯୁକ୍ତ  ହେବେ ସେ ସଂପୃକ୍ତ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କଠାରୁ  ଗୋଟିଏ ର‌୍ୟାଙ୍କ ଜୁନିଅର ହୋଇଛିବା ଜରୁରି । ସେହିଭଳି  ଗତ ୫ ବର୍ଷ ଧରି ଯେଉଁ ଅଫିସର କୌଣସି ମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ବା ଓଏସ୍‌ଡି ଥିଲେ ସେ ପୁଣି ଥରେ  ଏହି ପଦରେ ରହି ପାରିବେନି । ୫ ବର୍ଷର ବ୍ୟବଧାନ  ପରେ ହିଁ ସେ ପୁଣି ଥରେ କୌଣସି ମନ୍ତ୍ରୀଙ୍କ ବ୍ୟକ୍ତିଗତ  ସଚିବ ବା ଓଏସ୍‌ଡି ହୋଇପାରିବେ ।  

ସେହିଭଳି କୌଣସି ଅଫିସରଙ୍କ ବିରୋଧରେ  ଭିଜିଲାନ୍ସ ମାମଲା ଥିଲେ ସେ ଓଏସ୍‌ଡି/ବ୍ୟକ୍ତିଗତ  ସଚିବ ହେବାକୁ ଯୋଗ୍ୟ ହେବେନି । ଓଡ଼ିଶା  ସିଭିଲ ସର୍ଭିସେସ୍‌(ଓସିଏସ୍‌) ସିସି ଆଣ୍ଡ  ଏ ରୁଲ୍‌ସ୍‌ ଅନୁସାରେ କୌଣସି ଅଫିସରଙ୍କ  ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିଲେ ସେ ମନ୍ତ୍ରୀଙ୍କ ପାଖରେ  ନିଯୁକ୍ତ ହୋଇପାରିବେନି । ସେହିଭଳି ସିସିଆର  ବା ପିଏଆର୍‌ରେ ଉପରିସ୍ଥ ଅଫିସର ଯଦି  କୌଣସି ନକାରାତ୍ମକ ମନ୍ତବ୍ୟ ଦେଇଥିବେ  ଓଏସ୍‌ଡି/ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତି  ମିଳିବନି । ପୂର୍ବ ୬୦ ମାସ ବା ୫ ବର୍ଷରେ  ତାଙ୍କ ସିସିଆର/ପିଏଆରରେ ‘ଅତି ଉତ୍ତମ’  ବା ‘ସର୍ବୋତ୍ତମ’ ମନ୍ତବ୍ୟ ମିଳିଥିବା ଦରକାର । ଶେଷ ୬୦ ମାସରେ ଯଦି ଏନଆରସି ବା ନୋ ରିମାର୍କସ୍‌ ସାର୍ଟିଫିକେଟ୍‌ ଦିଆଯାଇଥିବ ତେବେ ତାଙ୍କୁ  ଏହି ନିଯୁକ୍ତି ପାଇଁ ବିଚାର କରାଯିବନି । ସବୁ ବିଭାଗ  ଏହି ମାର୍ଗଦର୍ଶିକା ଅନୁସାରେ ଓଏସ୍‌ଡି ବା ବ୍ୟକ୍ତିଗତ  ସଚିବ ନିଯୁକ୍ତି ଦେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.