ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ଡୁମୁଡୁମାରେ ଝଲସିବ କାଠମାଣ୍ଡୁର ବୁଦ୍ଧ ମନ୍ଦିର ତୋରଣ, ସପ୍ତମୀରେ ଗୀତିନାଟ୍ୟ ‘ମହିଷାମର୍ଦ୍ଦିନୀ’

ଭୁବନେଶ୍ୱର,୦୮/୧୦:  ତୋରଣରେ ଝଲସିବ କାଠମାଣ୍ଡୁର ବୁଦ୍ଧ ମନ୍ଦିର । ଏକାମ୍ର କ୍ଷେତ୍ରରେ  ରାଜଧାନୀବାସୀ ପାଇବେ ନେପାଳର  ଅନୁଭୂତି । କେବଳ ସେତିକି ନୁହେଁ, ୪  ଦିନ ଧରି ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ ।  ମୁଖ୍ୟ ଆକର୍ଷଣ ସାଜିବ ବରିଷ୍ଠ  ନାଗରିକମାନଙ୍କ ଦ୍ୱାରା ‘ମହିଷାମର୍ଦ୍ଦିନୀ’  ଗୀତିନୀଟ୍ୟ ପରିବେଷଣ । ଯେଉଁଥିରେ  ବରିଷ୍ଠ ନାଗରିକମାନେ ଜୀବନ୍ତ ଅଭିନୟ  କରିବେ । ଏଭଳି ନିଆରା ଢଙ୍ଗରେ ମା’  ଙ୍କୁ ଆବହାନ କରୁଛି ଡୁମୁଡୁମା ଦୁର୍ଗାପୂଜା  ସମିତି । 

ଚଳିତ ବର୍ଷ ଏହି ସମିତି ୨୨ ବର୍ଷରେ  ପଦାର୍ପଣ କରିଛି । ପ୍ରତିବର୍ଷ ଭଳି ଚଳିତ  ବର୍ଷ ତୋରଣରେ ଦର୍ଶକଙ୍କୁ ବିମୋହିତ  କରିବାକୁ ନିର୍ମାଣ ହେଉଛି କାଠମାଣ୍ଡୁର  ବୁଦ୍ଧ ମନ୍ଦିର ସଦୃଶ ତୋରଣ । ଏଥିପାଇଁ  ପ୍ରାୟ ୩୦ ଜଣ ବଙ୍ଗୀୟ କାରିଗର  ଦିନରାତି କାମରେ ଲାଗିଛନ୍ତି । ତୋରଣର  ଓସାର ୬୦ ଫୁଟ ଓ ଉଚ୍ଚତା ୮୦ ଫୁଟ  ରହିବ । ସେହିଭଳି ମା’ ଙ୍କ ପ୍ରତିମା ୧୪  ଫୁଟ ଓ ମେଢ ୧୮ ଫୁଟ ହେବ । ଚଳିତ  ବର୍ଷ ମା’ ଙ୍କ ସହ ପାଶ୍ୱର୍ ଦେବଦେବୀ  ଚାନ୍ଦି ମୁକୁଟ ଓ ରାଣୀହାର ପିନ୍ଧି ଭକ୍ତଙ୍କୁ  ଦର୍ଶନ ଦେବେ । 

ସପ୍ତମୀଠାରୁ ନବମୀ  ପର୍ଯ୍ୟନ୍ତ ମା’ଙ୍କ ପାଖରେ ଅନ୍ନ, ଡାଲମା,  ଖଟା ଓ ଖୀରି ଭୋଗ ହେବ । ନବମୀ  ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ  ବ୍ୟବସ୍ଥା କରାଯାଇଛି । ଦଶମୀ ଦିନ  ରାତିରେ ପଣା ଭୋଗ କରାଯାଇ ମା’ ଙ୍କ  ପୂଜାବିଧି ସମାପ୍ତ କରାଯିବ । ସପ୍ତମୀ  ଦିନ ଗୀତିନାଟ୍ୟ, ଅଷ୍ଟମୀ ଦିନ  ଗ୍ରୁପ୍‌ ଡ୍ୟାନ୍ସ, ନବମୀ ଦିନ  ମେଲୋଡ଼ି, ଦଶମୀରେ  ନୟାଗଡ଼ର ନବରଙ୍ଗୀ  ହାସ୍ୟରସାତ୍ମକ ନାଟକ  ପରିବେଷଣ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.