ଜଳେଶ୍ଵର, ୧୪/୨ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାଇବଣିଆଠାରୁ ଶିଖରପୁର ପର୍ଯ୍ୟନ୍ତ ଜଳେଶ୍ବର ପୂର୍ଭ ବିଭାଗ ପକ୍ଷରୁ ୮ କି.ମି. ରାସ୍ତା ନିର୍ମାଣ ହେଉଛି । ନିର୍ମାଣ କରୁଥିବା ଠିକାଦାର୍ ମଝି ରାସ୍ତାରେ ବିନା କୌଣସି ଫଳକ କିମ୍ବା ସଂକେତରେ ରାସ୍ତାକୁ କାଟି ବଡ଼ ବଡ଼ ଘାଇ କରିଥିଲେ । ଫଳରେ ଅନେକ ଲୋକ ଘାଇରେ ପଡି ଆହତ ହେଉଛନ୍ତି
।
ମଙ୍ଗଳବାର ରାତି ୯ଟାରେ ଚମାରଗାଁ ପଞ୍ଚାୟତ ତେଘରୀ ଗ୍ରାମର ଦିଲୀପ ଦାସ (୨୯) ତାଙ୍କ ବାଇକ୍ରେ ରାଇବଣିଆ ମହୋତ୍ସବକୁ ଯିବାବେଳେ ଭଦୁଆ ପେଟ୍ରୋଲ ଟାଙ୍କି ପାଖରେ ରାସ୍ତା ମଧ୍ୟରେ ଥିବା ଏକ ଘାଇରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ। ସେଠାରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଏବଂ ଶୁକ୍ରବାର ସକାଳ ସମୟ ରେ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ହୋଇଛି ।