ଖଲ୍ଲିକୋଟ,୧୦।୨ -ଅବକାରୀ ବିଭାଗର ଚୋରା ମଦ ଚଢାଉ ବେଳେ ଦୁର୍ଘଟଣା । ଚୋରା ମଦ ନେଇ ଯାଉଥିବା ବାଇକ ଧକ୍କା ଦେଲା ଅବକାରୀ ବିଭାଗ ବୋଲେରକୁ । ଘଟଣା ଘଟିଛି ଖଲ୍ଲିକୋଟ ନାରାୟଣୀ ରାସ୍ତାରେ । ଚୋରା ମଦ ଚଢ଼ାଉ ପାଇଁ ଜଗିଥିବା ବେଳେ ଘଟିଛି ଘଟଣା।
ଦୁର୍ଘଟଣାରେ ଚୋରା ମଦ ନେଇ ଯାଉଥିବା ବାଇକ ଚାଳକ ଗୁରୁତର ହୋଇଛନ୍ତି । ଗୁରୁତର ମଦ ଚାଲାଣକାରିକୁ ପ୍ରଥମେ ଖଲ୍ଲିକୋଟ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏଥିରେ ଜଣେ ଅବକାରୀ ବିଭାଗର ମହିଳା କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି। ୨୦ ଲିଟର ମଦ ସହ ବାଇକ ଜବତ ହୋଇଛି ।