ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଟ୍ରକ୍ ସହ ଧକ୍କା ହୋଇ ନାଳକୁ ଖସିଲା ବସ୍, ୫ ମୃତ ୪୦ରୁ ଉର୍ଦ୍ଧ୍ଵ ଆହତ

Published By : Prameya | February 18, 2025 10:05 AM

ଫରୀଦକୋଟ, ୧୮/୦୨ : ପଞ୍ଜାବର ଫରୀଦକୋଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ସହ ଧକ୍କା ହୋଇ ନାଳକୁ ଖସିଲା ଯାତ୍ରୀବାହୀ ବସ୍। ୫ ମୃତ ୪୦ରୁ ଉର୍ଦ୍ଧ୍ଵ ଆହତ। ମଙ୍ଗଳବାର ସକାଳେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଫରୀଦକୋଟ ଗୁରୁ ଗୋବିନ୍ଦ ସିଂହ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ଫରୀଦକୋଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନ୍ୟୁ ଦୀପ କମ୍ପାନୀର ଏକ ବସ୍ ଏକ ଟ୍ରକ୍ ସହ ଧକ୍କା ହୋଇ ରେଲିଂ ଭାଙ୍ଗି ନାଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଫରୀଦକୋଟ ଗୁରୁ ଗୋବିନ୍ଦ ସିଂହ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଡେପୁଟି କମିଶନର ବିନିତ କୁମାରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। 

ଏହି ଖବରଟିକୁ ପଢନ୍ତୁ-ମହାକୁମ୍ଭର ପବିତ୍ର ଜଳରେ ସ୍ନାନ କରିବାକୁ ମିଳିଲା ସୌଭାଗ୍ୟ, ହଜାରେ କଏଦୀଙ୍କ ପାଇଁ ବନ୍ଦୋବସ୍ତ କଲେ ଜେଲ୍ ଅଧୀକ୍ଷକ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.