ପ୍ରମୂଖ ଖବର
  • କଟକ: କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି, ଘରୋଇ ହିିଂସା ମାମଲାରେ ଜାରି ହୋଇଥିଲା NBW
  • ||
  • ଓଡିଶା ବିଧାନସଭାକୁ ମିଳିଲା ନୂଆ ବାଚସ୍ପତି, ରଣପୁର ବିଧାୟିକା ସୁରମା ପାଢ଼ୀ ହେଲେ ବାଚସ୍ପତି
  • ||
  • ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କୀ ହମଲା ଘଟଣା, ଅଭିଯୁକ୍ତ ଗିରଫ
  • ||
  • ବିଶ୍ୱକପ୍‌ର ସୁପର-୮ ରାଉଣ୍ଡ୍‌: ଟିମ୍‌ ଇଣ୍ଡିଆ ପାଇଁ ଆଫଗାନ ସ୍ପିନ୍‌ ଚ୍ୟାଲେଞ୍ଜ, ଫୋକସ୍‌ରେ କୋହଲିଙ୍କ ଫର୍ମ
  • ||
  • ପଟିଆ ଛକ ନିକଟ ଲକି ଇଣ୍ଡିଆ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ, ଦୀର୍ଘ ଘଣ୍ଟା ପରେ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ବାଲେଶ୍ୱରରେ ସୁଧୁରୁଛି ସ୍ଥିତି: ସକାଳୁ କର୍ଫ୍ୟୁ କୋହଳ, ୧୧ଟା ସୁଦ୍ଧା କାମ ସାରି ଘରକୁ ଫେରିବାକୁ ନିବେଦନ
  • ||
  • ୨୭ରେ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା, ପ୍ରବଳ ବର୍ଷିବ: ମାଲକାନଗିରିରେ ମୌସୁମୀ ସକ୍ରିୟ
  • ||

ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍‌ ଉଦ୍‌ଘାଟିତ, ଭାଷାକୁ ସମ୍ମାନ ଦେଇ ଓଡ଼ିଆ ଫିଲ୍ମଟିଏ ଦେଖନ୍ତୁ

ଭୁବନେଶ୍ୱର, ୦୮/୦୬ : ଭାଷା ପାଇଁ ଏତେ କରୁଛନ୍ତି, କହୁଛନ୍ତି ପୁଣି କାନ୍ଦୁଛନ୍ତି। କିନ୍ତୁ ଅନୁରୋଧ, ହଲ୍‌ ଯାଇ ଟିକଟ କିଣି ଓଡ଼ିଆ ଫିଲ୍ମଟିଏ ଦେଖନ୍ତୁ । କଳାକାରଙ୍କୁ ଭଲପାଇବା, ସମର୍ଥନ ସହ ପ୍ରତିଭାଙ୍କୁ ସମ୍ମାନ ଦିଅନ୍ତୁ। ପ୍ରତି ସିନେମା ଦେଖି ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା କରନ୍ତୁ । ଫିଲ୍ମ ନଦେଖି ଅଯଥା ଆଲୋଚନା ନ କରିବାକୁ ଜାତୀୟ ନାଟ୍ୟ ବିଦ୍ୟାଳୟ, ନୂଆଦିଲ୍ଲୀ (ଏନ୍‌ଏସ୍‌ଡି)ର ନିର୍ଦ୍ଦେଶକ ଚିତ୍ତ ରଞ୍ଜନ ତ୍ରିପାଠୀ ନିବେଦନ କରିଛନ୍ତି । ଭୁବନେଶ୍ୱର ଜୟଦେବ ଭବନଠାରେ ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ୍‌(ବିଏଫ୍‌ଏଫ୍‌)-୨୦୨୪କୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି । ‘ଧଉଳି ଏକ୍ସପ୍ରେସ୍‌’ ଓ ‘ମୁଖ୍ୟମନ୍ତ୍ରୀ’ ଭଳି ଓଡ଼ିଆ ଫିଲ୍ମ କରି ସେ କିପରି ଯାତନା ଓ ନିର୍ଯାତନା ପାଇଥିଲେ, ତାକୁ ବର୍ଣ୍ଣନା କରି ଅନେକ କଥା କହିଥିଲେ । 

ଉଦ୍‌ଘାଟନୀ ପର୍ବରେ ଉପସ୍ଥିତ ଅନ୍ୟତମ ଅତିଥି ପ୍ରତିଷ୍ଠିତ ଅଭିନେତ୍ରୀ ଓ ପ୍ରଯୋଜିକା ଦୀପା ସାହି ସମୟ ଅନୁସାରେ ସିନେମା ନିର୍ମାଣ କଥା କହିଥିଲେ । ବିଶିଷ୍ଟ ସିନେମାଟୋଗ୍ରାଫର ଓ ନିର୍ଦ୍ଦେଶକ ଏ.କେ. ବୀର କହିଛନ୍ତି, ପିଲ୍ମ ପାଇଁ ମୁଁ ଫିଲ୍ମ ନିର୍ମାତା ହୋଇଛି । ସବୁବେଳେ ସେଥିରୁ ପ୍ରେରଣା ପାଇ ଆଗକୁ ବଢ଼ିଛି । ଗୋଟିଏ ଫିଲ୍ମର ପ୍ରଭାବ ବହୁତ ବେଶି । ଓଡ଼ିଶାର ବିଶିଷ୍ଟ ସିନେ ନିର୍ମାତା ପ୍ରଶାନ୍ତ ନନ୍ଦ କହିଥିଲେ, ଓଡ଼ିଆ ସିନେମାକୁ ୮୮ ଆଉ ମତେ ୭୮ ବର୍ଷ । ଅନେକ ଉତ୍ଥାନ, ପତ୍ତନ ଓ ପରିବର୍ତ୍ତନ ଦେଖିଛି । ଏବେ ଯାହା ସବୁ ଚାଲିଛି, ତାହା ବି ବଦଳିବ । ସବୁ ପୁରୁଣା ହେବ ପୁଣି ନୂଆ ଆସିବ । ବଲିଉଡ୍‌ର ବିଶିଷ୍ଟ ନିର୍ଦ୍ଦେଶକ କେତନ ମେହେଟ୍ଟା ସିନେମାର ଗୁରୁତ୍ୱ ସମ୍ପର୍କରେ କହିଥିଲେ । ସ୍ୱାଗତ ଭାଷଣରେ ବିଏଫ୍‌ଏଫ୍‌ ଆବାହକ ତଥା ନିର୍ଦ୍ଦେଶକ, ଅଭିନେତା ଓ ଲେଖକ ସଞ୍ଜୟ ପଟ୍ଟନାୟକ ଭଲ ସିନେମା ନିର୍ମାଣ ସହ ଉତ୍ସବ ଆୟୋଜନ ସମ୍ପର୍କରେ କହିଥିଲେ । ଅତିଥିମାନେ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଫଟୋ ସାମ୍ନାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଶୁଭାରମ୍ଭ କରିଥିଲେ । ପରେ ୨୮ ଜଣ ଲେଖକଙ୍କ ଅନୁଭବକୁ ନେଇ ଓଡ଼ିଆ ସିନେମା ସମ୍ପର୍କିତ ଦ୍ୱିଭାଷିକ ପୁସ୍ତକ ‘ଓଡ଼ିଆ ସିନେମାଅ୯୦’ ଉନ୍ମୋଚିତ ହୋଇଥିଲା । ଜୀବନବ୍ୟାପୀ ସାଧନା ପାଇଁ ୫ଜଣ ବରିଷ୍ଠ ସିନେ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅଭିଜ୍ଞ ଅଭିନେତ୍ରୀ ନମ୍ରତା ଦାସ, ବରିଷ୍ଠ କ୍ୟାମେରାମ୍ୟାନ୍‌ ସୁରେନ୍ଦ୍ର ସାହୁ, ବରିଷ୍ଠ ରୂପସଜ୍ଜାକାର ସମରେଶ ପାଲ୍‌, ପ୍ରସିଦ୍ଧ ସଙ୍ଗୀତକାର ମହମ୍ମଦ ମୁସୀର ଓ ବରିଷ୍ଠ ଗୀତିକାର ସଚ୍ଚି ମହାନ୍ତି ସମ୍ବର୍ଦ୍ଧିତ ହୋଇଥିଲେ । 

ଉତ୍ସବ ସହଯୋଗୀ ଏସ୍‌ଏନ୍‌ ଗ୍ରୁପ୍‌ ଏମ୍‌ଡି ପ୍ରବୋଧ କୁମାର ମହାନ୍ତି, ସମସ୍ତ ଅତିଥି ଓ ବଲିଉଡ ନିର୍ଦ୍ଦେଶକ ଅମିତ ରାଇଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଆୟୋଜକ ସଦସ୍ୟ ତଥା ବଲିଉଡରେ କାର୍ଯ୍ୟରତ ସାଉଣ୍ଡ୍‌ ଇଞ୍ଜିନିୟର ସୁବାସ ସାହୁ ଧନ୍ୟବାଦ ଦେଇଥିଲେ । ସଂଯୋଜନା କରିଥିଲେ ଅଭିନେତା ସୁକାନ୍ତ ରଥ ଓ ଅଭିନେତ୍ରୀ ମଧୁମିତା ମହାନ୍ତି । ସଞ୍ଜୟ ମହଲା, ଅଶୋକ ପାଲିତ୍‌ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ । ପ୍ରଥମ କରି କେବଳ ଓଡ଼ିଆ ଫିଲ୍ମକୁ ନେଇ ଭୁବନେଶ୍ୱର ଫିଲ୍ମ ସର୍କଲ୍‌ ପକ୍ଷରୁ ଜୁନ୍‌ ୭ରୁ ୯ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ଏହି ଉତ୍ସବ ଆୟୋଜିତ ହେଉଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଥିବା ନବେ ଦଶକର ୧୫ ଓଡ଼ିଆ ଫିଲ୍ମସ୍‌ ଏବଂ କ୍ଲାସିକ୍ସ ପ୍ରଦର୍ଶିତ ହେବ । ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ କେବଳ ଫିଲ୍ମ ସମ୍ପର୍କରେ ଚର୍ଚ୍ଚା, ଆଲୋଚନା ହେବ । ଆଜି ପ୍ରଥମ ଦିନରେ ୫ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା । ଦର୍ଶକଙ୍କ ପ୍ରବଳ ଭିଡ଼ ହୋଇଥିଲା । ଅଧିକାଂଶ ଦର୍ଶକ ଛିଡ଼ା ହୋଇ ସିନେମା ଦେଖିଥିଲେ । ଆସନ୍ତାକାଲି ମଧ୍ୟ ସିନେମା ପ୍ରଦର୍ଶନୀ ସହ ଅପରାହ୍ଣ ୩ରୁ ୫ଟା ପର୍ଯ୍ୟନ୍ତ ଅଭିନୟ ସମ୍ପର୍କରେ ବଲିଉଡ ସିନେ ନିର୍ମାତା ଏବଂ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା ମାଷ୍ଟର୍‌ କ୍ଲାସ୍‌ ନେବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.