ନୂଆଦିଲ୍ଲୀ, ୪/୩ : ବିଜେପି ନେତା ଏବଂ ଭୋଜପୁରୀ ଷ୍ଟାର ପବନ ସିଂହଙ୍କୁ ଆସନସୋଲରେ ନିର୍ବାଚନ ଲଢିବାକୁ ମନା କରିବା ଉପରେ ଏବେ ଦ୍ବିତୀୟ ପାର୍ଟି ତାଙ୍କୁ ଅଫର ଦେବା ଆରମ୍ଭ କରି ଦେଇଛନ୍ତି । ଖବର ଅନୁଯାୟୀ ଆରଜେଡି ତାଙ୍କୁ ଆରା ଲୋକସଭା କିମ୍ବା ବୈଶାଳୀ ଲୋକସଭା ଅଞ୍ଚଳରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ଦେଇଛି । ଯାହାକି ଦିଲ୍ଲୀର ଆମ ଆଦମୀ ପାର୍ଟି ତାଙ୍କୁ ଦିଲ୍ଲୀରେ ମନୋଜ ତିଓ୍ବାରୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଅଫର ଦେଇଛନ୍ତି ।
ଆସନସୋଲରୁ ନିର୍ବାଚନ ଲଢିବାକୁ ମନା କରିବା ପରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କୁ ଦିଲ୍ଲୀ ଡାକିଛନ୍ତି ଏବଂ ଆଜି ପବନ ସିଂହ ପାର୍ଟି ପ୍ରମୁଖଙ୍କୁ ଭେଟି ତାଙ୍କ ସାମ୍ନାରେ ନିଜ କଥା ରଖିଛନ୍ତି । ପ୍ରକାଶ ଯେ, ଆମ ଆଦମୀ ପାର୍ଟି ଏହି ଖବରକୁ ନିରାଧାର କହିବା ସହ ପବନ ସିଂହଙ୍କ ମନୋଜ ତିଓ୍ବାରୀଙ୍କ ବିପକ୍ଷରେ ଲଢିବା ପ୍ରୟାସ ରଖାଯିବା ଅସତ୍ୟ ବୋଲି କହିଛି । ଦଳ ଅନୁଯାୟୀ ଗଠବନ୍ଧନରେ ଯେଉଁ ସିଟ୍ ଆମ ପାଖରେ ନାହିଁ, ଏହା ଉପରେ କିଭଳି ନିର୍ବାଚନ ଲଢାଇପାରିବୁ ।
ପ୍ରକାଶ ଯେ, ଭୋଜପୁରୀ ଗାୟକ ଏବଂ ଅଭିନେତା ପବନ ସିଂହ ଭାରତୀୟ ଜନତା ପାର୍ଟି ଆଶାୟୀ ଭାବେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ସିଟରୁ ନିର୍ବାଚନ ଲଢିବାକୁ ରବିବାର ମନ କରି ଦେଇଥିଲେ । ବିଜେପି ଗୋଟିଏ ଦିନ ପୂର୍ବରୁ ଶନିବାର ପବନ ସିଂହଙ୍କୁ ଏହି ସିଟରୁ ପ୍ରାର୍ଥୀ ଘୋଷଣା କରିଥିଲା । ବର୍ତ୍ତମାନ ତୃଣମୂଳ କଂଗ୍ରେସର ଶତ୍ରୁଘ୍ନ ସିହ୍ନା ଏହି ନିର୍ବାଚନ କ୍ଷେତ୍ରର ଲୋକସଭାରେ ପ୍ରତିନିଧିତ୍ବ କରୁଛନ୍ତି ।
#WATCH दिल्ली: बीजेपी नेता पवन सिंह ने बीजेपी के राष्ट्रीय अध्यक्ष जेपी नड्डा से मुलाकात की।
— ANI_HindiNews (@AHindinews) March 4, 2024
बीजेपी के राष्ट्रीय अध्यक्ष जेपी नड्डा से मुलाकात करने के बाद उन्होंने कहा, "हमारी बात हो गई है मैंने अपनी बात उनके सामने रख दी है। आगे जो भी होगा अच्छा होगा।"
चुनाव लड़ने के सवाल पर… pic.twitter.com/w2WNLSYn1E
ପବନ ସିଂହଙ୍କ ଏହି ନିଷ୍ପତ୍ତି ପରେ ତୃଣମୂଳ କଂଗ୍ରେସ ବି ବିଜେପି ଉପରେ ଟାର୍ଗେଟ କରିଛି ଏବଂ କହିଛି କି ସେ ନିର୍ବାଚନ ପ୍ରଚାର ଅଭିଯାନ ହେବା ପୂର୍ବରୁ ହିଁ ସିଟ୍ ଛାଡ଼ି ଦେଇଛନ୍ତି । ପଶ୍ଚିମବଙ୍ଗରେ ସରକାରରେ ଥିବା ତୃଣମୂଳ କଂଗ୍ରେସ ଅଭିଯୋଗ ଲଗାଇଛି କି ସିଂହଙ୍କ କେତେକ ଗୀତ ଫୁହଡ଼ ଅଟେ ଏବଂ ଏଥିରେ ମହିଳାଙ୍କୁ ଅଶ୍ଳୀଳ ଭାବେ ଚିତ୍ରିତ କରାଯାଇଛି ।
ଏପଟେ କିନ୍ତୁ ଶତ୍ରୁଘ୍ନ ସିହ୍ନା ଏହି ଘଟଣାକ୍ରମକୁ ବିଜେପିର ଆନ୍ତରିକ ମାମଲା ଆଖ୍ୟା ଦେଇଛନ୍ତି । ସେ କହିଛନ୍ତି କି, ମୁଁ ତାଙ୍କୁ (ସିଂହ) ବ୍ୟକ୍ତିଗତ ରୂପରେ ବହୁତ ଭଲ ଭାବେ ଜାଣିନାହିଁ । କିନ୍ତୁ ଶୁଣିଛି ସେ ଜଣେ ଗାୟକ ଅଟନ୍ତି, ଜଣେ କଳାକାର ଏବଂ ମୋର କିଛି ପରିଚିତ ତାଙ୍କୁ ଜାଣିଛନ୍ତି ।