ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ: ବ୍ୟବସାୟ ପାଇଁ ଶ୍ୱଶୁର ଘରୁ ଟଙ୍କା ମାଗିବା ଯୌତୁକ ନୁହେଁ

ନୂଆଦିଲ୍ଲୀ,୨୭/୦୭: ସ୍ୱାମୀ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଜଣେ ମହିଳା କରିଥିବା ଯୌତୁକ  ନିର୍ଯାତନା ମାମଲାକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି । କହିଛନ୍ତି ସ୍ୱାମୀ ବ୍ୟବସାୟ କରିବା ଲାଗି  ଶ୍ୱଶୁର ଘରୁ ୨ ଲକ୍ଷ ଟଙ୍କା ଆଣିବାକୁ ପତ୍ନୀଙ୍କ ଉପରେ ଚାପ ପକାଇଥିଲେ । ଯାହାକୁ ନେଇ ପତ୍ନୀ ତାଙ୍କ ସ୍ୱାମୀ ଓ ଶାଶୂ ଘର ଲୋକଙ୍କ ବିରୋଧରେ ଯୌତୁକ ଦାବି କରୁଥିବା ନେଇ ଏଫଆଇଆର ଦାୟର କରିଥିଲେ । ତେବେ ବ୍ୟବସାୟ ଲାଗି ଟଙ୍କା ମାଗିବା ଯୌତୁକ ନିରୋଧ ଆଇନର ଧାରା ୩/୪ କିମ୍ବା ଆଇପିସିର ଦଫା ୪୯୮ ପରିସରକୁ ଆସୁନାହିଁ ବୋଲି ବିଚାରପତି ଅନିଶ କୁମାର ଗୁପ୍ତାଙ୍କୁ  ନେଇ ଗଠିତ ଖଣ୍ଡପୀଠ କହିଛନ୍ତି । ଏଥିସହ ମହିଳା ଜଣକ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ଆଣିଥିବା  ଯୌତୁକ ନିର୍ଯାତନା ମାମଲାକୁ ଖାରଜ କରିଦେଇଛନ୍ତି ।  

ୟୁପିର କାନପୁର ନଗର ଜିଲ୍ଲା ଅନ୍ତର୍ଗତ ଫଜଲଗଞ୍ଜ  ଥାନା ଅଞ୍ଚଳର ଏହି ଦମ୍ପତିଙ୍କ ବିବାହ ୨୦୧୨ରେ  ହୋଇଥିଲା । ଏହାର ୫ ବର୍ଷ ପରେ ମହିଳା ଜଣକ  ସ୍ୱାମୀଙ୍କ ସମେତ ତାଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କ  ନାମରେ ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ ଦାୟର  କରିଥିଲେ । ସେଥିରେ ସେ ଦର୍ଶାଇଥିଲେ କି ବିବାହ  ବେଳେ ୮ ଲକ୍ଷ ଟଙ୍କା ଯୌତୁକ ଆଣିଥିଲେ । କିନ୍ତୁ ଅଧିକ  ଯୌତୁକ ଆଣିବାକୁ ତାଙ୍କୁ ନିର୍ଯାତନା ନିଆଯିବା ସହ ମାଡ  ମରାଯାଉଛି । ଏହି ଏଫଆଇଆର ରଦ୍ଦ କରିବାକୁ ସ୍ୱାମୀ  ଓ ତାଙ୍କ ପରିବାର ହାଇକୋର୍ଟ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.