ପ୍ରମୂଖ ଖବର

ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ସୀମା ଶୁଳ୍କ ହ୍ରାସ, ୬ ହଜାର ଟଙ୍କା ଶସ୍ତା ହେଲା ଆଇଫୋନ୍‌

ନୂଆଦିଲ୍ଲୀ,୨୭/୦୭: ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସରେ ଶୁଳ୍କ ହ୍ରାସ ଘୋଷଣା କରିବା ପରେ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତା ଆପଲ୍‌ ଏହାର  ଆଇଫୋନ୍‌ ଦରରେ ୩ରୁ୪% ଦର ହ୍ରାସ ଘୋଷଣା କରିଛି । ଶୁଳ୍କ ହ୍ରାସର ଲାଭକୁ ଖାଉଟିଙ୍କୁ ହସ୍ତାନ୍ତର କରିବା ଏହାର ଲକ୍ଷ୍ୟ । ଏହି ହ୍ରାସ ଫଳରେ ଏକ ପ୍ରୋ  ଏବଂ ପ୍ରୋ ମାକ୍ସ ମଡେଲ ଦର  ୫୧୦୦ରୁ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ । ଆଇଫୋନ୍‌ ୧୩,  ୧୪ ଏବଂ ୧୫, ଯେଉଁଗୁଡିକ ମେଡ୍‌-ଇନ୍‌-ଇଣ୍ଡିଆ ଆଇଫୋନ୍‌  ସେଗୁଡ଼ିକ ୩୦୦ ଟଙ୍କା ଶସ୍ତା ହେବ । ସେହିଭଳି ଆଇଫୋନ୍‌  ଏସ୍‌ଇ ଦାମ ୨୩୦୦ ଟଙ୍କା କମିଯିବ ବୋଲି ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.