ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

୨୭ ହଜାର ହୀରାରେ ବାଲାସାହେବଙ୍କ ଚିତ୍ର, ଉଦ୍ଧବ ଠାକ୍‌ରେଙ୍କୁ ଉପହାର ଦେଲେ ୟୁବିଟିର ନେତା

ମହାରାଷ୍ଟ୍ର ୨୭/୦୭: ଶିବସେନା(ୟୁବିଟି)ର ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କର ୬୪ତମ ଜନ୍ମଦିନ ପୂର୍ବରୁ ଶିବସୈନିକମାନେ ତାଙ୍କୁ ଏକ ନିଆରା ଉପହାର ପ୍ରଦାନ କରିଛନ୍ତି । ଆସନ୍ତାକାଲି ଉଦ୍ଧବଙ୍କର ଜନ୍ମଦିନ ହୋଇଥିବାବେଳେ ତାର ଦିନକ ପୂର୍ବରୁ ଆଜି ତାଙ୍କୁ ପିତା ବାଲା ସାହେବ ଠାକ୍‌ରେଙ୍କର ଏକ ଚିତ୍ର ଉପହାରସ୍ୱରୂପ ମିଳିଛି । ସେହି ଚିତ୍ରକୁ ୨୭ ହଜାର ହୀରାରେ ତିଆରି କରାଯାଇଛି । 

ଉଦ୍ଧବଙ୍କ ବାସଭବନ ମାତୋଶ୍ରୀ ପହଞ୍ଚି ଶିବସୈନିକମାନେ ତାଙ୍କୁ ଏହି ଫଟୋ ହସ୍ତାନ୍ତର କରିଥିଲେ । ଚିତ୍ରଟିକୁ ବନାଇବା ଲାଗି ୬ ମାସ ସମୟ ଲାଗିଛି । ଏ ସଂପର୍କରେ ଶିବସେନା ୟୁବିଟିର ମୁଖପାତ୍ର ହର୍ଷଲ ପ୍ରଧାନ କହିଛନ୍ତି, ଚିତ୍ରଟିକୁ ସୁପ୍ରସିଦ୍ଧ କଳାକାର ଶୈଲେଶ ଆଚରେକର ପ୍ରସ୍ତୁତ କରିଛନ୍ତି । ବାଲାସାହେବ ନିଜେ ଜଣେ କଳାପ୍ରେମୀ ଥିଲେ । ଚିତ୍ରଟିକୁ ଠାକ୍‌ରେ ରାଷ୍ଟ୍ରୀୟ ସ୍ମାରକରେ ରଖାଯିବ । ସେଠାରେ ତାହା ପ୍ରମୁଖ ଆକର୍ଷଣ ହେବ । ଶୈଲେଶ ଆଚରେକର ପୂର୍ବରୁ ରତନ ଟାଟାଙ୍କର ମଧ୍ୟ ଏହିଭଳି ଚିତ୍ର ପ୍ରସ୍ତୁତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.