ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

କେତେବେଳେ ଡାକ୍ତର ତ କେତେବେଳେ ଇଞ୍ଜିନିୟର କହି ଦେଉଥିଲେ ପରିଚୟ, ୧୫ ମହିଳାଙ୍କୁ ମିଛ କହି କରିଥିଲେ ବିବାହ

ବେଙ୍ଗାଲୁରୁ, ୧୦।୭: ସୋସିଆଲ ମିଡିଆରେ ଭଲପାଇବା ଓ ପରେ ବିବାହ କରୁଥିବା ଦେଖାଯାଉଛି । ଅନେକ ଭଲପାଇବାର ମିଛ ଆଶ୍ୱାସନା ଦେଇ ଲୋକଙ୍କୁ ଠକୁଥିବାର ମଧ୍ୟ ଦେଖାଯାଉଛି । ଠିକ୍ ଏହିଭଳି ଏକ ଘଟଣା ଦେଖାଯାଇଛି ମହୀଶୂର ସହରରେ । ଏଠାରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏହି ବ୍ୟକ୍ତି ଜଣକ ମ୍ୟାଟ୍ରିମୋନିଆଲ୍ ୱେବସାଇଟ୍‌ରେ ନିଜକୁ କେତେବେଳେ ଇଞ୍ଜିନିୟର ତ କେତେ ବେଳେ ଡାକ୍ତର ବୋଲି ପରିଚୟ ଦେଉଥିଲା । ମିଛ ପରିଚୟ ଦେଇ ମହିଳାଙ୍କୁ ବିବାହ କରୁଥିଲା । ଅଭିଯୁକ୍ତ ଜଣକ ୩୫ ବର୍ଷୀୟ ମହେଶ କେବି ନାୟକ ବୋଲି ଜଣାପଡ଼ିଛି । ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପାଖାପାଖି ୧୫ ଜଣ ମହିଳାଙ୍କୁ ବିବାହ କରିଥିବା ପୋଲିସ ଅନୁମାନ କରୁଛି ।

ମହେଶ ବେଙ୍ଗାଲୁରରର ବନଶଙ୍କରୀରେ ବାସ କରୁଥିବା ପୋଲିସ ସୂଚନା ଦେଇଛି । ବେଙ୍ଗାଲୁରୁରେ ଜଣେ ମହିଳା ମହେଶ ବିରୁଦ୍ଧରେ ମାମଲା ରୁଜୁ କରିବା ପରେ ପୋଲିସ ଏ ମାମଲା ଯାଞ୍ଚ ଆରମ୍ଭ କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଉକ୍ତ ମହିଳାଙ୍କର ମହେଶ ସହ ବିବାହ ହୋଇଥିବା ସେ କହିଛନ୍ତି । ମହିଳାଙ୍କ ଅଭିଯୋଗ ପରେ ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା । ପରେ ମହେଶଙ୍କୁ ଗିରଫ କରିଥିଲା । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ମହେଶ କେବଳ ୫ମ ଶ୍ରେଣୀ ଯାଏ ପଢ଼ିଥିବା ଜଣାପଡ଼ିଛି । ଅନ୍ୟପଟେ ତାଙ୍କୁ ବିବାହ କରିଥିବା ସମସ୍ତ ମହିଳା ଶିକ୍ଷିତ ହେବା ସହ ସମସ୍ତଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ଼ ।

ପୋଲିସର କହିବାନୁସାରେ, ମ୍ୟାଟ୍ରିମୋନିଆଲ୍ ୱେବସାଇଟ୍‌ରେ ମହେଶ ନିଜକୁ ଡାକ୍ତର, ଇଞ୍ଜିନିୟର ଓ ସିଭିଲ୍ କଣ୍ଟ୍ରାକ୍ଟରର ପରିଚୟ ଦେଇ ଝିଅଙ୍କୁ ଫସାଉଥିଲା । ମହେଶକୁ ବିବାହ କରିଥିବା ମହିଳାଙ୍କ ମଧ୍ୟରୁ ୪ ଜଣଙ୍କର ସନ୍ତାନସନ୍ତତି ମଧ୍ୟ ହୋଇସାରିଛି । ନିଜକୁ ଡାକ୍ତର ବୋଲି ପରିଚୟ ଦେବାକୁ ତୁକୁରଠାରେ ମହେଶ ଏକ ନକଲି କ୍ଲିନିକ୍ ମଧ୍ୟ ଖୋଲିଛି । ଯେଉଁଠାରେ ସେ ଏକ ନର୍ସକୁ ନିଯୁକ୍ତି କରିଥିଲା । ଅଭିଯୋଗକାରିଣୀଙ୍କୁ କହିବାନୁସାରେ, କ୍ଲିନିକ୍ ଖୋଲିବାକୁ ଟଙ୍କା ଦେବାକୁ ମହେଶ ତାଙ୍କୁ ବାଧ୍ୟ କରୁଥିଲା । ଟଙ୍କା ନ ଦେବାରୁ ସେ ମହିଳାଙ୍କ ଗହଣା ଓ ଟଙ୍କା ନେଇ ଚମ୍ପଟ୍ ମାରିଥିଲା । ଏପରିକି ମହେଶର ବାପା ମହିଳାଙ୍କ ବିରୋଧରେ ମହେଶଙ୍କୁ ହତ୍ୟା କରିବାର ଅଭିଯୋଗ ମଧ୍ୟ ଆଣିଥିବା ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.