ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଏହି ଟୁର୍ଣ୍ଣାମେଣ୍ଟରୁ କୋଟି କୋଟି ଟଙ୍କା ଛାଡିଦିଏ ବିସିସିଆଇ; ଜାଣନ୍ତୁ କାରଣ

Published By : Ankita S | February 4, 2025 10:41 AM

ନୂଆଦିଲ୍ଲୀ,୦୪/୦୨: ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡ ବିସିସିଆଇ । କ୍ରିକେଟ ଜଗତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡଦ ଅଧିକ ଦବଦବା ରହିଛି । ଆପଣ ଜାଣିଛନ୍ତି କି ଏମିତି ଏକ ଟୁର୍ଣ୍ଣାମେଣ୍ଟ ରହିଛି ଯେଉଁଥିରୁ ବିସିସିଆଇ ଟଙ୍କାଟିଏ ନିଏ ନାହିଁ । ଏମିତି କି ତାକୁ ମିଳୁଥିବା ଟଙ୍କାକୁ ସେ ଅନ୍ୟ ଦେଶର କ୍ରିକେଟ  ବୋର୍ଡକୁ ଦେଇଦିଏ । ତେବେ ସେ ଟୁର୍ଣ୍ଣାମେଣ୍ଟ କଣ କାହିଁକି ଟଙ୍କାଟିଏ ନିଏ ନାହିଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆସନ୍ତୁ ଜାଣିବା ଏହି ରିପୋର୍ଟରେ ।

ଏଥିରେ କୌଣସି ସନ୍ଦେହ ନାହିଁ ସବୁ ଦେଶ ଭାରତ ବିପକ୍ଷରେ ଖେଳିବାକୁ ଚାହେଁ କାରଣ ଏଥିରୁ ଉକ୍ତ ଦେଶକୁ ଭଲ ରୋଜଗାର ମିଳେ । ଏହି କାରଣରୁ ଭାରତ ସବୁଠୁ ଧନୀ କ୍ରିକେଟ ବୋର୍ଡ । ଖେଳାଳି ଓ ଅଧିକାରୀଙ୍କୁ ଭଲ ସୁବିଧା ଦେବା ନେଇ ବିସିସିଆଇ ଜଣାଶୁଣା । ଅନ୍ୟ ଦେଶ ତୁଳନାରେ ଭାରତୀୟ ଖେଳାଳିଙ୍କ ରୋଜଗାର ଅଧିକ । ମାତ୍ର କ୍ରିକେଟର ଏମିତି ଏକ ଟୁର୍ଣ୍ଣାମେଣ୍ଟ ଅଛି ଯେଉଁଥିରୁ ବିସିସିଆଇ ଗୋଟିଏ ଟଙ୍କା ବି ନିଏ ନାହିଁ । ତାର ଭାଗ ଅନ୍ୟ ଦେଶର ବୋର୍ଡକୁ ଦେଇଦିଏ । ଏହାର ଖୁଲାସା କରିଛନ୍ତି ପୂର୍ବତନ କ୍ରିକେଟର ତଥା କମେଣ୍ଟେଣ୍ଟର ଆକାଶ ଚୋପ୍ରା ।

ଏହି ଟୁର୍ଣ୍ଣାମେଣ୍ଟରେ ଛାଡି ଦିଏ କୋଟି କୋଟି ଟଙ୍କା- ବିସିସିଆଇ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ରୋଜଗାରରୁ ଟଙ୍କାଟିଏ ନିଏ ନାହିଁ । ଏହା ପଛର ଏକ ବଡ କାରଣ ରହିଛି ଯାହାର ଖୁଲାସା କରିଛନ୍ତି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା । ଏସିଆ କପ୍ ଇତିହାସରେ ଯେତେ ରାଜସ୍ବ ମିଳେ ସେ ଟଙ୍କାରେ ହାତ ଲଗାଏ ନାହିଁ । ସେଥିରୁ ବିସିସିଆଇ ଗୋଟିଏ ଟଙ୍କା ନିଏନାହିଁ ।

ଏହା ବି ପଢନ୍ତୁ...ଏନ୍‌ସିଏରେ ପହଞ୍ଚିଲେ ଯଶପ୍ରୀତ ବୁମରା, ବିସିସିଆଇ ଡାକ୍ତରୀ ଟିମ୍ କରିବେ ଫିଟ୍‌ନେସ୍‌ ଟେଷ୍ଟ

ଏହାର କାରଣ କହି ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା କହିଛନ୍ତି, ପ୍ରତିଥର ବିସିସିଆଇ ପାଇଁ ଯେଉଁ ଟଙ୍କା ଆସେ ତାକୁ ସେ ଏସିଆନ କ୍ରିକେଟ କାଉନସିଲକୁ ଦେଇଦିଏ । ଯେଉଁ ଦେଶ ପାଇଁ କ୍ରିକେଟର ଉନ୍ନତୀ ଆଣିବାର ଆବଶ୍ୟକ ରହିଥାଏ ସେ ଟଙ୍କା ସେଥିରେ ବିନିଯୋଗ ହୁଏ । କେବେଳ ଭାରତକୁ ଛାଡି ଦେଲେ ଅନ୍ୟ କୌଣସି ଦେଶ ଏପରି କରେ ନାହିଁ । ସେ ଶ୍ରୀଲଙ୍କା ଦେଉ କି ପାକିସ୍ତାନ ବା ଅନ୍ୟ କୌଣସି ଦେଶ ସମସ୍ତେ ତାଙ୍କ ଭାଗ ଟଙ୍କା ନେଇଥାନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.