ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବରଦା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ , ଇଞ୍ଜନପୁର ଟିମ୍ ବିଜୟୀ

Published By : Prameya | February 17, 2025 6:34 PM

ଭୁବନେଶ୍ବର ୧୭/୦୨: ଚଣ୍ଡିଖୋଲ ସାର୍ଥକ କ୍ଲବ ଆନୁକୁଲ୍ୟରେ  ୩୯ ତମ ବରଦା କପ୍  ଉଦଯାପିତ ହୋଇଯାଇଛି ।  ବରଦା ବେଲବଣ ଯଜ୍ଞ ପଡିଆଠାରେ ଉନ୍ମେଷ ସାମଲଙ୍କ ସ୍ମୃତିରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।  ଫାଇନାଲ  ମ୍ୟାଚ   ଯାଜପୁରର ଇଞ୍ଜନପୂର ଟିମ୍  ଓ କେନ୍ଦ୍ରାପଡ଼ାର ପିସିସି ପଞ୍ଚୁପାଣ୍ଡବ କ୍ଲବ  ମଧ୍ୟରେ ଖେଳା ଯାଇଥିଲା। ଇଞ୍ଜନପୁର  ଟିମ୍  ୬ ୱିକେଟରେ ବିଜୟୀ ହୋଇଛି ।

ବିଜେତା ଦଳର ଶୁଭ୍ର ରଞ୍ଜନ ରାଉତ ମାନ୍ ଅଫ ଦି ମ୍ୟାଚ୍ ଓ ରାଜେଶ ପାତ୍ର ମ୍ୟାନ୍ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ। ଅତିଥି ଭାବେ ପୂର୍ବତନ ଶିକ୍ଷକ ଉମାକାନ୍ତ ବଳ, ରାମଚନ୍ଦ୍ର ପଣ୍ଡା, ହରିଶ ଚନ୍ଦ୍ର ପୃଷ୍ଟି ଓ ବିଧାନ ଚନ୍ଦ୍ର ସାମଲ ଯୋଗ ଦେଇ ବିଜେତା  ଓ ଉପ ବିଜେତା ଦଳକୁ ଟ୍ରପି ଓ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ବିନୋଦ ରାଉତ ଓ ସମୀର ନାୟକ ମ୍ୟାଚ୍ ପରିଚାଳନା କରିଥିଲେ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.