ପ୍ରମୂଖ ଖବର
  • ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି
  • ||
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶି ମର୍ଲେନା, ନାଁ ଘୋଷଣା କଲେ ଅରବିନ୍ଦ କେଜ୍ରିୱାଲ
  • ||
  • ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ଜନ୍ମଦିନରେ ବାଣ୍ଟିବେ ସୁଭଦ୍ରା, ଆବାସ, କଳିଙ୍ଗ ଷ୍ଟାଡିୟମ ‘ସଟଲ୍‌’କୁ ଲୋକାର୍ପିତ କରିବେ
  • ||
  • କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ବିଦା ହେଲେ କମିଶନର ବିନୀତ ଗୋୟଲ
  • ||
  • ଜଳେଶ୍ଵର: ଲଗାଣ ବର୍ଷାରେ ଧଶିଲା ଜାମକୁଣ୍ଡା ସ୍ଲୁଇସ୍ ଗେଟ୍ ପୋଲ, ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହେବା ଆଶଙ୍କା
  • ||
  • ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ
  • ||
  • ଆସନ୍ତା ୨୩ରେ ପୁଣି ଲଘୁଚାପ: ଆଜିଠୁ ଶୁଖିଲା, ୨୨ରୁ ବଢ଼ିବ ବର୍ଷା
  • ||

କିପରି ରହିବ ଭାରତ ଓ ବାଂଲାଦେଶ ଟେଷ୍ଟ ସିରିଜ୍‌; ସମ୍ଭାବିତ ଖେଳାଳୀଙ୍କ ମଧ୍ୟରେ ଦ୍ରୁତ ବୋଲର୍

Image source: NDTV

ନୂଆଦିଲ୍ଲୀ,୧୦/୦୯: ବାଂଲାଦେଶ କ୍ରିକେଟ୍ ଦଳ ଖୁବ୍ ଶୀଘ୍ର ଭାରତ ଗସ୍ତ କରିବାକୁ ଯାଉଛି। ସେପ୍ଟେମ୍ବର ୧୯ ରୁ ଦୁଇ ଦେଶ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ବାଂଲାଦେଶର ୨୧ ବର୍ଷୀୟ ଘାତକ ବୋଲର ନାହିଦ ରାଣା ଟିମ୍ ଇଣ୍ଡିଆ ପାଇଁ ଏକ ଖୋଲା ଚ୍ୟାଲେଞ୍ଜ ହୋଇପାରନ୍ତି। ନାହିଦ ସେହି ସମାନ ବୋଲର ଯିଏ ପାକିସ୍ତାନ ବିପକ୍ଷ ସିରିଜରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବୋଲିଂ କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ।

ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏକ୍ସ ରେ ଏକ ଭିଡିଓ ସେୟାର କରିଛି। ଏହି ଭିଡିଓରେ ନିୟମିତ ଭାବେ ୧୫୦ ବେଗରେ ବୋଲିଂ କରୁଥିବା ନାହିଦ ରାଣା କହିଛନ୍ତି, "ଆମେ ଭାରତ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ। ଆମେ ମଧ୍ୟ ଟ୍ରେନିଂ ଆରମ୍ଭ କରିଛୁ। ଆମେ ଯେତେ ଅଧିକ ପ୍ରସ୍ତୁତି କରିବୁ ସେତେ ଭଲ ମ୍ୟାଚରେ ପ୍ରଦର୍ଶନ କରିବୁ। ଆମେ ଯେତେ ଅଧିକ ପ୍ରସ୍ତୁତି କରିବୁ ଆମେ ଆମ ଯୋଜନାରେ ସେତିକି ସଫଳ ହେବୁ, କିନ୍ତୁ କେବଳ ଭଲ ଖେଳୁଥିବା ଦଳ ଏଠାରେ ବିଜେତା ହୁଅନ୍ତି।'

ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ନାହିଦ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ମାତ୍ର ୪୪ ରନ୍ ଦେଇ ୪ ୱିକେଟ୍ ନେଇଥିଲେ ଏବଂ ବାଂଲାଦେଶକୁ ଐତିହାସିକ ସିରିଜ୍ ୨-୦ରେ ଜିତିବାରେ ସାହାଯ୍ୟ କରିଥିଲେ। ସେ ଗତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ କେବଳ ପାକିସ୍ତାନ ଅଧିନାୟକ ଶାନ ମାସୁଦଙ୍କ ୱିକେଟ୍ ନେଇନାହାଁନ୍ତି ବରଂ ଏହା ପରେ ସେ ବାବର ଆଜାମଙ୍କ ୱିକେଟ୍ ନେବାରେ ମଧ୍ୟ ସଫଳ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.